ଧର୍ମ ଗ୍ରନ୍ଥ Dharma grantha

  • ସଂ. ବି. (ଧର୍ମ+ଗ୍ରନ୍ଥ; 6 ଷ୍ଠୀ ତତ୍) — ସାମ୍ପ୍ରଦାୟିକ ଧର୍ମମତ ପ୍ରତିପାଦକ ଶାସ୍ତ୍ର — Sacred scripture
  • ସଂ. ବି. (ଧର୍ମ+ଗ୍ରନ୍ଥ; 6 ଷ୍ଠୀ ତତ୍) — [ଦ୍ର—ଭିନ୍ନ ଭିନ୍ନ ଧର୍ମସମ୍ପ୍ରଦାୟର ଭିନ୍ନ ଭିନ୍ନ ଧର୍ମପୁସ୍ତକ ଅଛି; ଯଥା—ହିନ୍ଦୁମାନଙ୍କର ବେଦ, ସ୍ମୃତି, ପୁରାଣ; ମୁସଲମାନଙ୍କର କୋରାନ୍ ସରୀଫ; ବୌଦ୍ଧମାନଙ୍କର ତ୍ରିପିଟିକ; ଶିଖମାନଙ୍କର ଗ୍ରନ୍ଥ ସାହେବ; ପାରସୀମାନଙ୍କର ଜେନ୍ଦାଭେସ୍ତା; ଜୈନମାନଙ୍କର କଳ୍ପସୂତ୍ର; ଖ୍ରୀଷ୍ଟିୟାନ୍ମାନଙ୍କର ବାଇବେଲ୍ ଇତ୍ୟାଦି।]
  • ସଂ. ବି. (ଧର୍ମ+ଗ୍ରନ୍ଥ; 6 ଷ୍ଠୀ ତତ୍) — ସ୍ମୃତିଶାସ୍ତ୍ର; ଆଚାର ବ୍ୟବହାର, ବିଷୟବିଭାଗ ଆଦି ସମ୍ବନ୍ଧୀୟ ମନ୍ୱାଦି ଋଷିପ୍ରଣୀତ ଶାସ୍ତ୍ର (ଏଗୁଡ଼ିକ ବେଦ ପରେ ରଚିତ) — The later books of the Hindus laying down codes of law and conduct; code of Hindu law
  • ସଂ. ବି. (ଧର୍ମ+ଗ୍ରନ୍ଥ; 6 ଷ୍ଠୀ ତତ୍) — [ଦ୍ର—ମନୁ, ପରାଶର, ବୃହସ୍ପତି, କପିଳ, ଯାଜ୍ଞବଳ୍କ୍ୟ, ଜୈମିନି, କଣାଦି ପ୍ରଭୃତି ହିନ୍ଦୁଧର୍ମଶାସ୍ତ୍ର ପ୍ରଣେତା ଅଟନ୍ତି।]
  • ସଂ. ବି. (ଧର୍ମ+ଗ୍ରନ୍ଥ; 6 ଷ୍ଠୀ ତତ୍) — ଆଇନ୍ ବହି — Law book