ଧରି ଦେବା Dhari debā
- ଦେ. କ୍ରି — କୌଣସି ପଦାର୍ଥ ଧରି ଅନ୍ୟକୁ ଦେବା — To catch a thing and give it to another person
- ଦେ. କ୍ରି — (ଯଥା—ମତେ କେଳା ଗୋଟିଏ ଶୁଆ ଧରି ଦେଇଛି।)
- ଦେ. କ୍ରି — (ସଂ. ଧାର) ପଜାଇବା; ଶାଣଦେବା — To whet (an instrument)
- ଦେ. କ୍ରି — ସମ୍ମୁଖରେ ଉପସ୍ଥାପିତ କରିବା; ଜିମା କରିବା — To place before; to make over
- ଦେ. କ୍ରି — (ଯଥା—ମତେ ହାଣ୍ଡି, କାଠ, ଚାଉଳ, ଡାଲି ଧରି ଦିଅ। ମୁଁ ଘଣ୍ଟାକ ପରେ ଦଶ ଜଣଙ୍କ ପାଇଁ ରୋଷେଇ କରିଦେବି।)