ଧନ୍ୱନ୍ତରି Dhanwantari

  • ସଂ. ବି. (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) — ଦେବଚିକିତ୍ସକ — Name of the divine physician according to the Hindu mythology
  • ସଂ. ବି. (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) — [ଦ୍ର—ହରିବଂଶରେ ଲେଖା ଅଛି ଯେ ଏ ସମୁଦ୍ରମନ୍ଥନ ବେଳେ ଲକ୍ଷ୍ମୀ ଓ ଚନ୍ଦ୍ର ଆଦିଙ୍କ ସଙ୍ଗେ ସମୁଦ୍ରରୁ ବାହାରିଥିଲେ ଓ ସମୁଦ୍ରରୁ ବାହାରିବା ମାତ୍ରେ ଦେବତାମାନଙ୍କ ସଙ୍ଗେ ଗୋଟିଏ ଭାଗ ଓ ଆସନ ପାଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ। କିନ୍ତୁ ଭଗବାନ୍ କହିଲେ ଯେ ଏଥି ପୂର୍ବରୁ ଦେବତାମାନଙ୍କ ଭାଗ ଓ ସ୍ଥାନ ସ୍ଥିର ହୋଇ ସାରିଅଛି, ତୁମ୍ଭେ ଆଗାମୀ ଜନ୍ମରେ ବିଶେଷ ସିଦ୍ଧି ଲାଭ କରିବ ଓ ସଶରୀର ଦେବତ୍ୱ ଲାଭ କରିବ ଓ ଆୟୁର୍ବେଦକୁ ଆଠ ଭାଗରେ ବିଭକ୍ତ କରି ଦେବଚିକିତ୍ସକ ହେବ। ତଦନୁସାରେ ପୁତ୍ରଲାଭାର୍ଥ ବହୁକାଳ ତପସ୍ୟା କରୁଥିବା କାଶୀରାଜ ଧନ୍ୱଙ୍କ ଘରେ ଏ ଅବତାର ଗ୍ରହଣ କଲେ। ଏ ଭରଦ୍ୱାଜ ମୁନିଙ୍କଠାରୁ (ଭାବ— ପ୍ରକାଶ ମତରେ ଇନ୍ଦ୍ରଙ୍କଠାରୁ) ଆୟୁର୍ବେଦ ଶିକ୍ଷା କରି ଲୋକ— ମାନଙ୍କୁ ଚିକିତ୍ସା କଲେ ଓ କାଶୀର ରାଜା ହେଲେ—ହି. ଶବ୍ଦସାଗର]
  • ସଂ. ବି. (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) — ବିକ୍ରମାଦିତ୍ୟ ରାଜସଭାସ୍ଥ ନବରତ୍ନଙ୍କ ମଧ୍ୟରୁ ଜନୈକ ପଣ୍ଡିତ (କାଳିଦାସଙ୍କ ସମସାମୟିକ) — One of the 9 Pandits (gems) of the court of Bikramāditya
  • ସଂ. ବି. (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) — କାଶୀର ରାଜା ଦିବୋଦାସଙ୍କ ନାମାନ୍ତର — A name of Dibodāsa, an ancient king of Kāṡī
  • ସଂ. ବି. (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) — ଧନିତିରି (ଦେଖ) — Dhanitiri (See)