ଧନ୍ଦାଳି ହେବା Dhandāḻi hebā
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ରନ୍ଥାଳି ହେବା; ଏଣେ ତେଣେ ଖୋଜି ବୁଲି ବୁଲି ବ୍ୟସ୍ତ ହେବା — To anxiously search for a thing here and there
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — କିଂକର୍ତ୍ତବ୍ୟବିମୂଢ଼ ବା ବ୍ୟସ୍ତ ହେବା — To be agitated; to be bewildered
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — କାର୍ଯ୍ୟରେ ବ୍ୟସ୍ତ ହେବା; କାଉଳି ହେବା — To be very busy; to be in a bustle; to be pre-occupied
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ହୀନଭାଗ୍ୟ ଲୋକ ବିହି କି ମିଛେ ନିନ୍ଦି ଏ ସଂସାର ମାୟାରେ ହେଉଥାଏ ଧନ୍ଦି। କୃଷ୍ଣସିଂହ. ମହାଭାରତ. ଶାନ୍ତି।
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ଜାଲୁଜାଲୁଆ ଦେଖାଯିବାରୁ ବା ଅନ୍ଧାର ଯୋଗୁଁ ଦରାଣ୍ଡି ହେବା — To grope on account of one's dim sight or in the dark
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ସନ୍ଦିହାନ ହେବା — To be in doubt
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ଜଗତଯାକ ଧର୍ମରଜ୍ଜୁରେ ବାନ୍ଧି ହୋଇଅଛି ଯେ ନୃପ ନୁହ ତହିଁ ଧନ୍ଦି। କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି (ସଂ. ଦ୍ୱନ୍ଦ୍ୱ) — ଗୋଲକଧନ୍ଦାରେ ପଡ଼ିବା — To be between the horns of a dilemma