ଧନୁର୍ଭଙ୍ଗ Dhanurbhaṅga
- ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+ଭଙ୍ଗ) — ଧନୁକୁ ଭାଙ୍ଗି ଦେବା — Breaking of a bow
- ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+ଭଙ୍ଗ) — [ଦ୍ର—'ଯେଉଁ ରାଜପୁତ୍ର ଗୋଟିଏ ନିର୍ଦ୍ଦିଷ୍ଟ ଧନୁକୁ ଭାଙ୍ଗିବେ ତାଙ୍କୁ ମୁଁ ମୋ କନ୍ୟାକୁ ବିବାହ ଦେବି' ପୂର୍ବେ ରାଜାମାନେ ଏହିପରି ପଣ ରଖୁଥିଲେ ଓ ଧନୁର୍ଭଙ୍ଗଦ୍ୱାରା ଭାବୀ ଜାମାତାଙ୍କର ବୀରତ୍ୱ ପରୀକ୍ଷା କରୁଥିଲେ। ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ରୂପ ପଣକୁ ରକ୍ଷା କରି ଜନକକନ୍ୟା ସୀତାଙ୍କୁ ବିବାହ କରିଥିଲେ।]