ଧନୁର୍ବେଦ Dhanurbeda

  • ସଂ. ବି. ପୁଂ. (ଧନୁସ୍+ବେଦ) — ଧନୁର୍ବିଦ୍ୟା — The science of archery
  • ସଂ. ବି. ପୁଂ. (ଧନୁସ୍+ବେଦ) — ବିଶ୍ୱାମିତ୍ରପ୍ରଣୀତ ଯଜୁର୍ବେଦର ଉପବେଦବିଶେଷ; ଧନୁର୍ବିଦ୍ୟା ବିଷୟକ ଉପଦେଶପୂର୍ଣ୍ଣ ଶାସ୍ତ୍ର — One of the secondary Bedas which treats of archery; a treatise on archery by Biṡwāmitra
  • ସଂ. ବି. ପୁଂ. (ଧନୁସ୍+ବେଦ) — [ଦ୍ର—ପ୍ରାଚୀନକାଳରେ ଭାରତବର୍ଷରେ ଓ ଇଉରୋପ, ଆମେରିକା, ଆଫ୍ରିକା ଆଦି ସର୍ବତ୍ର ଧନୁର ବ୍ୟବହାର ଥିଲା। ଭାରତରେ ଧନୁର୍ବେଦ ଯଜୁର୍ବେଦର ଉପବେଦ ରୂପେ ଗଣ୍ୟ ହେଉଥିଲା। ଧନୁର୍ବେଦର ବର୍ଣ୍ଣନା ଶୁକ୍ରନୀତି, କାମନ୍ଦକୀନୀତି, ଅଗ୍ନିପୁରାଣ, ବୀରଚିନ୍ତାମଣି, ବୃଦ୍ଧଶାର୍ଙ୍ଗଧର, ଯୁକ୍ତିକଳ୍ପତରୁ, ନୀତିମୟୁଖ ଆଦି ଗ୍ରନ୍ଥରେ ମିଳେ। ଧନୁର୍ବେଦର 4 ପାଦ (ଭାଗ) ଥିଲା ଯଥା—ଦୀକ୍ଷାପାଦ, ସଂଗ୍ରହପାଦ, ସିଦ୍ଧିପାଦ ଓ ପ୍ରୟୋଗପାଦ। ପ୍ରାଚୀନ କାଳରେ ଦୁଇଟି ଜ୍ୟା ଥିବା ବାଟୁଳିଖଡ଼ା (ଉପଳକ୍ଷେପକ) ର ବ୍ୟବହାର ମଧ୍ୟ ଥିଲା। ଧନୁ ଓ ଗୁଣ ଓ ଶରର ପରିମାଣ ଓ ନିର୍ମାଣ— ପ୍ରଣାଳୀ ଓ ଏଥିର ପ୍ରୟୋଗପ୍ରଣାଳୀ ପୂର୍ବେ ଭାରତରେ ବିଶଦରୂପେ ଶିକ୍ଷା ଦିଆଯାଉଥିଲା। ଶର ବା ବାଣମାନ ଫଳା ଅନୁସାରେ ନାନା ପ୍ରକାର ଥିଲା; ଶରର ଗତିକୁ ସିଧା ରଖିବା ପାଇଁ ଶର ପଛରେ ପକ୍ଷ ଲଗାଯାଉଥିଲା। ରାମାୟଣ ଓ ମହାଭାରତଆଦିରେ ଶବ୍ଦଭେଦୀ ବାଣ ମରାଯିବା ବିଷୟ ଲେଖାଅଛି—ହି. ଶବ୍ଦସାଗର।] — [ଦ୍ର—ପ୍ରାଚୀନକାଳରେ ଭାରତବର୍ଷରେ ଓ ଇଉରୋପ, ଆମେରିକା, ଆଫ୍ରିକା ଆଦି ସର୍ବତ୍ର ଧନୁର ବ୍ୟବହାର ଥିଲା ଭାରତରେ ଧନୁର୍ବେଦ ଯଜୁର୍ବେଦର ଉପବେଦ ରୂପେ ଗଣ୍ୟ ହେଉଥିଲା ଧନୁର୍ବେଦର ବର୍ଣ୍ଣନା ଶୁକ୍ରନୀତି, କାମନ୍ଦକୀନୀତି, ଅଗ୍ନିପୁରାଣ, ବୀରଚିନ୍ତାମଣି, ବୃଦ୍ଧଶାର୍ଙ୍ଗଧର, ଯୁକ୍ତିକଳ୍ପତରୁ, ନୀତିମୟୁଖ ଆଦି ଗ୍ରନ୍ଥରେ ମିଳେ ଧନୁର୍ବେଦର4ପାଦ (ଭାଗ) ଥିଲା ଯଥା—ଦୀକ୍ଷାପାଦ, ସଂଗ୍ରହପାଦ, ସିଦ୍ଧିପାଦ ଓ ପ୍ରୟୋଗପାଦ ପ୍ରାଚୀନ କାଳରେ ଦୁଇଟି ଜ୍ୟା ଥିବା ବାଟୁଳିଖଡ଼ା (ଉପଳକ୍ଷେପକ) ର ବ୍ୟବହାର ମଧ୍ୟ ଥିଲା ଧନୁ ଓ ଗୁଣ ଓ ଶରର ପରିମାଣ ଓ ନିର୍ମାଣ— ପ୍ରଣାଳୀ ଓ ଏଥିର ପ୍ରୟୋଗପ୍ରଣାଳୀ ପୂର୍ବେ ଭାରତରେ ବିଶଦରୂପେ ଶିକ୍ଷା ଦିଆଯାଉଥିଲା ଶର ବା ବାଣମାନ ଫଳା ଅନୁସାରେ ନାନା ପ୍ରକାର ଥିଲା; ଶରର ଗତିକୁ ସିଧା ରଖିବା ପାଇଁ ଶର ପଛରେ ପକ୍ଷ ଲଗାଯାଉଥିଲା ରାମାୟଣ ଓ ମହାଭାରତଆଦିରେ ଶବ୍ଦଭେଦୀ ବାଣ ମରାଯିବା ବିଷୟ ଲେଖାଅଛି—ହି. ଶବ୍ଦସାଗର]