ଧଣିଚା Dhaṇichā
- ଦେ. ବି. (ସଂ. ଜୟନ୍ତୀ—ଯୋଗେଶଚନ୍ଦ୍ର) ଶିମ୍ବାଦି ବର୍ଗର ଦୀର୍ଘ, ଶୀର୍ଣ୍ଣ ବର୍ଷାୟୁଃ କ୍ଷୁପବିଶେଷ — Sesbania Cannabina; Sesbania Aculeate
- ଦେ. ବି. (ସଂ. ଜୟନ୍ତୀ—ଯୋଗେଶଚନ୍ଦ୍ର) [ଦ୍ର—ଏହାର ଗଛ ଅଗସ୍ତି ଗଛ ପରି, କିନ୍ତୁ ଆକାରରେ କ୍ଷୁଦ୍ରତର। ଏହାର କାଣ୍ଡ ସିଧା, ପତ୍ର ଅଗସ୍ତି ପତ୍ର ପରି; ଛୁଇଁ 1 ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଏ; ମଞ୍ଜି ମୁଗ ପରି; ଫୁଲ ହରଡ଼ ଫୁଲ ପରି ହଳଦିଆ। ଲୋକେ ଏ ଗଛକୁ ଲଗାଇ ଗଛ ବଢ଼ିଗଲେ ତାକୁ କାଟି ନେଇ କ୍ଷେତରେ ପୋତି ପକାନ୍ତି ଓ ମାଟିଭିତରେ ଏହା ସଢ଼ି ଗଲେ ଜମିରେ ସାରର କାର୍ଯ୍ୟ କରେ। ବଙ୍ଗଦେଶର ଲୋକେ ଏ ଗଛର ଡାଙ୍ଗରେ ପାନ ଲତାକୁ ମଡ଼ାନ୍ତି। ଓଡ଼ିଶାରେ ଲୋକେ ଏହାର ପତ୍ରକୁ ଶାଗ କରି ଖାଆନ୍ତି। ହି. ଶବ୍ଦସାଗର ମତରେ ଏହାର ବୀଜ ସଂକୋଚକ ଓ ଉତ୍ତେଜକ ଏବଂ ଝାଡ଼ା ରୋଗରେ ଓ କାଛୁ କୁଣ୍ଡିଆରେ ଔଷଧରୂପେ ବ୍ୟବହୃତ ହୁଏ। ବଥ, ଫୁଲା ଓ ଗିଲ୍ଟି ଆଦିରେ ଏହାର ପତ୍ର ଦିଆଯାଏ ଓ ଏଥିରେ ବଥ ଓ ଗିଲ୍ଟି ପାଚି ଫାଟିଯାଏ। ପତ୍ରକୁ ବାଟି ବିଛାକାମୁଡ଼ାରେ ବୋଳାଯାଏ। ଏ ଗଛର କାଣ୍ଡକୁ ପାଣିରେ ସଢ଼ାଇ ଲୋକେ ଏଥିରୁ ଝୋଟ ପରି ଅଂଶୁମୟ ସୂତ୍ର ବାହାର କରନ୍ତି।] — [ଦ୍ର—ଏହାର ଗଛ ଅଗସ୍ତି ଗଛ ପରି, କିନ୍ତୁ ଆକାରରେ କ୍ଷୁଦ୍ରତର ଏହାର କାଣ୍ଡ ସିଧା, ପତ୍ର ଅଗସ୍ତି ପତ୍ର ପରି; ଛୁଇଁ1ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଏ; ମଞ୍ଜି ମୁଗ ପରି; ଫୁଲ ହରଡ଼ ଫୁଲ ପରି ହଳଦିଆ ଲୋକେ ଏ ଗଛକୁ ଲଗାଇ ଗଛ ବଢ଼ିଗଲେ ତାକୁ କାଟି ନେଇ କ୍ଷେତରେ ପୋତି ପକାନ୍ତି ଓ ମାଟିଭିତରେ ଏହା ସଢ଼ି ଗଲେ ଜମିରେ ସାରର କାର୍ଯ୍ୟ କରେ ବଙ୍ଗଦେଶର ଲୋକେ ଏ ଗଛର ଡାଙ୍ଗରେ ପାନ ଲତାକୁ ମଡ଼ାନ୍ତି ଓଡ଼ିଶାରେ ଲୋକେ ଏହାର ପତ୍ରକୁ ଶାଗ କରି ଖାଆନ୍ତି ହି. ଶବ୍ଦସାଗର ମତରେ ଏହାର ବୀଜ ସଂକୋଚକ ଓ ଉତ୍ତେଜକ ଏବଂ ଝାଡ଼ା ରୋଗରେ ଓ କାଛୁ କୁଣ୍ଡିଆରେ ଔଷଧରୂପେ ବ୍ୟବହୃତ ହୁଏ ବଥ, ଫୁଲା ଓ ଗିଲ୍ଟି ଆଦିରେ ଏହାର ପତ୍ର ଦିଆଯାଏ ଓ ଏଥିରେ ବଥ ଓ ଗିଲ୍ଟି ପାଚି ଫାଟିଯାଏ ପତ୍ରକୁ ବାଟି ବିଛାକାମୁଡ଼ାରେ ବୋଳାଯାଏ ଏ ଗଛର କାଣ୍ଡକୁ ପାଣିରେ ସଢ଼ାଇ ଲୋକେ ଏଥିରୁ ଝୋଟ ପରି ଅଂଶୁମୟ ସୂତ୍ର ବାହାର କରନ୍ତି]