ଧକ୍ ଧକ୍ Dhak dhak

  • ସଂ. ଅ — ଅଗ୍ନି ଶିଖାର ଜ୍ୟୋତି; ଅନଳର ଉଜ୍ଜଳ ଜ୍ୟୋତି — Blazing of a flame; glow of fire; glitter of fire
  • ସଂ. ଅ — ବଥ ଆଦି ବିନ୍ଧିବା ବା ଯନ୍ତ୍ରଣା ଦେବା; ବେଦନା — 1. Feeling of acute pain in boils and wounds; aching pain
  • ସଂ. ଅ — ଛାତି ଥରିବା; ଦକ ଦକ — Throbbing; palpitation
  • ଦେ. ବିଣ — ଧୁ ଧୁ ହୋଇ ଜଳୁଥିବା — Blazing; burning with a flame
  • ଦେ. ବିଣ — ସହସା ଅନଳେ ଧକ ଧକ ହୋଇ ଜଳିଲା ଚିତା । ରାଧାନାଥ ଉଷା।
  • ଦେ. କ୍ରି ବିଣ — ହୁ ହୁ ହୋଇ — In a blazing manner
  • ଦେ. କ୍ରି ବିଣ — ତୁଷାନଳ ଜଳେ ଧକ ଧକ ତଥା ହୃଦୟ ହୋଇଲା ଦକ ଦକ । ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି। ।