ଦ୍ୱୈମାତୁର Dwa̲i̱mātura

  • ସଂ. ବିଣ. ପୁଂ. (ଦ୍ୱି+ମାତୃ+ଅପତ୍ୟାର୍ଥେ. ଅ) — ଯେଉଁ ସନ୍ତାନର ଦୁଇଟି ମାତା — Having two mothers (one giving birth and other bringing him up)
  • ସଂ. ବିଣ. ପୁଂ. (ଦ୍ୱି+ମାତୃ+ଅପତ୍ୟାର୍ଥେ. ଅ) — ଯେଉଁ ସନ୍ତାନ ଦୁଇଟିଙ୍କର ପିତା ଏକ, କିନ୍ତୁ ମାତା ପୃଥକ୍ — (brothers) Of the same father but of different mothers; half brothers
  • ବି — ଗଣେଶ — God Gaṇeṡa
  • ବି — [ଦ୍ର—ସ୍କନ୍ଦ ପୁରାଣର ଗଣେଶଖଣ୍ଡରେ ଲେଖା ଅଛି ଯେ ବରେଣ୍ଯ ନାମକ ରାଜାଙ୍କର ପୁଷ୍ପକା ନାମ୍ନୀ ରାଣୀଙ୍କ ଗର୍ଭରୁ ଗଣେଶ ଜନ୍ମି ଥିଲେ। କିନ୍ତୁ ଏହାଙ୍କ ତେଜ ଓ ଆକୃତିରେ ଭୀତ ହୋଇ ରାଜା ଏ ଶିଶୁକୁ ପାର୍ଶ୍ୱ ମୁନିଙ୍କ ଆଶ୍ରମ ନିକଟସ୍ଥ ଏକ ଜଳାଶୟରେ ପକାଇ ଦେଲେ। ସେଠାରୁ ପାର୍ଶ୍ୱ ମୁନିଙ୍କ ସ୍ତ୍ରୀ ଦୀପବତ୍ସଳା ଆଣି ଏହାଙ୍କୁ ପାଳିଲେ। ଏହି କାରଣରୁ ଏହାଙ୍କର ଦ୍ୱୈମାତୁର ନାମ ହେଲା। ହି. ଶବ୍ଦସାଗର।]
  • ବି — ଜରାସନ୍ଧ — Jarāsandha
  • ବି — [ଦ୍ର—ଏ ପ୍ରଥମେ ଦୁଇଟି ମାତାଙ୍କ ଗର୍ଭରୁ ଦୁଇ ଫାଳ ହୋଇ ଜନ୍ମ ହୋଇଥିଲା। ଜରାନାମ୍ନୀ ରାକ୍ଷସୀ ପରେ ଦୁଇଫାଳକୁ ଯୋଡ଼ି ଦେବାରୁ ଏହା ଗୋଟିଏ ରୂପ ହେଲା।]