ଦ୍ୱିପଦ Dwipada
- ସଂ. ବିଣ (ବହୁବ୍ରୀହି; ଦ୍ୱି+ପଦ) — ଯାହାର ଦୁଇଟି ପାଦ ଅଛି; ଦୁଇପାଦ ଯୁକ୍ତ — Biped; two-legged
- ସଂ. ବିଣ (ବହୁବ୍ରୀହି; ଦ୍ୱି+ପଦ) — ଦୁଇ ଚରଣଯୁକ୍ତ (ପଦ୍ଯ) — (stanza) Having two feet
- ସଂ. ବିଣ (ବହୁବ୍ରୀହି; ଦ୍ୱି+ପଦ) — ଦୁଇ ଶବ୍ଦ (ପଦ) ଯୁକ୍ତ (ବାକ୍ୟ) — (a sentence) Having two words
- ବି. — ଦୁଇ ଚରଣଯୁକ୍ତ ଛନ୍ଦଃ — A couplet
- ବି. — ମନୁଷ୍ୟ — Man
- ବି. — ପକ୍ଷୀ — Bird
- ବି. — (ବ୍ୟାକରଣ) ସମାସ ବା ସନ୍ଧି ଯୋଗେ ଦୁଇ ଶବ୍ଦର ସମାହାର — (grammar) A combination of two words
- ବି. — ରାକ୍ଷସ — Demon
- ବି. — ଦେବତା — Deity
- ବି. — (ଜ୍ୟୋତିଷ) ମିଥୁନ, ତୁଳା, କୁମ୍ଭ ଓ କନ୍ଯା ରାଶି — The astrological signs of the twins (Gemini), the scales (Libra), the pitcher (Aquarius), and the virgin (Virgo)
- ବି. — (ଜ୍ୟୋତିଷ) ଧନୁ ରାଶିର ପୂର୍ବାର୍ଦ୍ଧ — The prior half of the astrological sign the archer or Sagittarius
- ବି. — ଦୁଇଗୋଡ଼ିଆ ଜୀବ — A biped