ଦ୍ରୋଣ Droṇa

  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ଦ୍ରୋଣାଚାର୍ଯ୍ଯ; କୌରବ ଓ ପାଣ୍ଡବ ରାଜକୁମାରମାନଙ୍କର ଅସ୍ତ୍ରବିଦ୍ୟାଗୁରୁ — Droṇa, the preceptor of the Ka̲u̲raba and Pāṇḍaba princes
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — [ଦ୍ର—ଘୃତାଚି ନାମ୍ନୀ ଅପ୍ସରାକୁ ଦେଖି ଭରଦ୍ୱାଜ ମୁନିଙ୍କର ରେତଃପାତ ହେଲା। ସେହି ରେତଃକୁ ମୁନି ଗୋଟିଏ ଦ୍ରୋଣୀ (ପାତ୍ର) ମଧ୍ୟରେ ରଖିଥିଲେ। ସେହି ଦ୍ରୋଣୀରେ ଏହାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କର ଦ୍ରୋଣ ନାମ ହୋଇଥିଲା। ଦ୍ରୋଣ ପରଶୁରାମଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ। ଏ କୃପାଚାର୍ଯ୍ଯଙ୍କ ଭଗ୍ନୀ କୃପୀଙ୍କୁ ବିବାହ କରିଥିଲେ ଓ ଏହାଙ୍କଠାରୁ ଅଶ୍ୱତ୍ଥାମା ଜନ୍ମିଥିଲେ। ଏ କୌରବ ଓ ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଥିଲେ। ମହାଭାରତ ଯୁଦ୍ଧରେ ଏ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରିଥିଲେ। 9 ଦିନ ଯୁଦ୍ଧ କରିବା ପରେ ଯୁଧିଷ୍ଠିରଙ୍କର ମୁହଁରୁ 'ଅଶ୍ୱତ୍ଥାମା (ହାତୀ) ହତ ହେଲା' ବାକ୍ୟ ଶୁଣି ନିଜର ପୁତ୍ର ଅଶ୍ୱତ୍ଥାମା ହତ ହେଲା ବୋଲି ଭାବନା କରି ଏ ଶୋକରେ ଧ୍ୟାନମଗ୍ନ ହେଲେ, ଓ ଏହି ଅବ— ସରରେ ଦ୍ରୁପଦଙ୍କ ପୁତ୍ର ଧୃଷ୍ଟଦ୍ୟୁମ୍ନ ଏହାଙ୍କ ମୁଣ୍ଡ କାଟି ଦେଲେ।] — [ଦ୍ର—ଘୃତାଚି ନାମ୍ନୀ ଅପ୍ସରାକୁ ଦେଖି ଭରଦ୍ୱାଜ ମୁନିଙ୍କର ରେତଃପାତ ହେଲା ସେହି ରେତଃକୁ ମୁନି ଗୋଟିଏ ଦ୍ରୋଣୀ (ପାତ୍ର) ମଧ୍ୟରେ ରଖିଥିଲେ ସେହି ଦ୍ରୋଣୀରେ ଏହାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କର ଦ୍ରୋଣ ନାମ ହୋଇଥିଲା ଦ୍ରୋଣ ପରଶୁରାମଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ ଏ କୃପାଚାର୍ଯ୍ଯଙ୍କ ଭଗ୍ନୀ କୃପୀଙ୍କୁ ବିବାହ କରିଥିଲେ ଓ ଏହାଙ୍କଠାରୁ ଅଶ୍ୱତ୍ଥାମା ଜନ୍ମିଥିଲେ ଏ କୌରବ ଓ ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଥିଲେ ମହାଭାରତ ଯୁଦ୍ଧରେ ଏ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରିଥିଲେ9ଦିନ ଯୁଦ୍ଧ କରିବା ପରେ ଯୁଧିଷ୍ଠିରଙ୍କର ମୁହଁରୁ 'ଅଶ୍ୱତ୍ଥାମା (ହାତୀ) ହତ ହେଲା' ବାକ୍ୟ ଶୁଣି ନିଜର ପୁତ୍ର ଅଶ୍ୱତ୍ଥାମା ହତ ହେଲା ବୋଲି ଭାବନା କରି ଏ ଶୋକରେ ଧ୍ୟାନମଗ୍ନ ହେଲେ, ଓ ଏହି ଅବ— ସରରେ ଦ୍ରୁପଦଙ୍କ ପୁତ୍ର ଧୃଷ୍ଟଦ୍ୟୁମ୍ନ ଏହାଙ୍କ ମୁଣ୍ଡ କାଟି ଦେଲେ]
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ଡାମରା କୁଆ — Jackdaw; raven; carrion crow
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ବିଛା — Scorpion
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ବୃହତ୍ ଜଳାଶୟ — A big tank
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — [ଦ୍ର—ଏହାର ଦୈର୍ଘ୍ୟ ଓ ପ୍ରସ୍ଥ 400 ଧନୁ ଲେଖାଏଁ ଏହା ପୁଷ୍କରିଣୀ ଓ ଦୀର୍ଘିକାଠାରୁ ବଡ଼—ହି. ଶବ୍ଦସାଗର।] — [ଦ୍ର—ଏହାର ଦୈର୍ଘ୍ୟ ଓ ପ୍ରସ୍ଥ400ଧନୁ ଲେଖାଏଁ ଏହା ପୁଷ୍କରିଣୀ ଓ ଦୀର୍ଘିକାଠାରୁ ବଡ଼—ହି. ଶବ୍ଦସାଗର]
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ଡଙ୍ଗା ଆକୃତିର ଜଳାଧାର — A long boat-shaped trough of water
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — [ଦ୍ର—ବୈଦିକ ଯୁଗରେ ଏଥିରେ ସୋମରସ ରକ୍ଷିତ ହେଉ— ଥିଲା—ହି. ଶବ୍ଦସାଗର।]
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ଗୟସ ଗୁଳ୍ମ — Leucas plant
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — [ଦ୍ର—ଏହାର ଫୁଲର ଆକୃତି ଡଙ୍ଗା ପରି।]
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — ପାତ୍ରୀ; ଡଙ୍ଗା ଆକୃତିର ପାତ୍ର — A cup shaped like a boat
  • ସଂ. ବି. ପୁଂ. (ଦ୍ରୁ ଧାତୁ+ଣ) — 32 ସେର ଶସ୍ୟାଦିର ପରିମାଣ ପାତ୍ର — 32ସେର ଶସ୍ୟାଦିର ପରିମାଣ ପାତ୍ର— . A measure of 32 seers of corn and other things