ଦୋଳ ଯାତ୍ରା Doḻa j̄ātrā
- ସଂ. ବି (+ଦୋଳ ଓ ଯାତ୍ରା) — ଦୋଳଉତ୍ସବ; ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ଶ୍ରୀକୃଷ୍ଣଙ୍କ ଦୋଳିଖେଳ ଉତ୍ସବ; ହୋରୀ ଯାତ୍ରା — The Doḻa j̄ātrā festival in the bright fortnight of Fālguna
- ସଂ. ବି (+ଦୋଳ ଓ ଯାତ୍ରା) — [ଦ୍ର—ବଙ୍ଗଦେଶରେ ଦୁର୍ଗାପୂଜାପରି ଓଡ଼ିଶାରେ ଦୋଳଯାତ୍ରା ସମସ୍ତେ ପାଳନ୍ତି। ଦୋଳଯାତ୍ରା ଦୁଇ ପ୍ରକାର ଯଥା— 1 । ରାଜ ଦୋଳ; ଏହା ଫଗୁଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୁଏ। 2 । ପଞ୍ଚୁଦୋଳ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ହୁଏ। ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ନେଇ ଦୋଳମଣ୍ଡପରେ ଲୋକେ ଦୋଳି ଖେଳାନ୍ତି ଓ ଆପଣାମଧ୍ୟରେ ଅବିର ବୋଳାବୋଳି ଓ ପିଚାକାରୀ ମରାମରି ହୁଅନ୍ତି ଓ ନୃତ୍ୟଗୀତାଦିରେ ଲାଗନ୍ତି। ଓଡିଶାରେ କୋଠିଆ ଓ ଗାଈରଖୁଆଳ ଚାକରମାନେ ଦୋଳଠାରୁ ଚାକିରୀର ବର୍ଷ ସୁମାରି କରନ୍ତି। ଏହା ମଧ୍ୟ ଗଉଡ଼ମାନଙ୍କର ପ୍ରଧାନ ଉତ୍ସବ। ଗଉଡ଼ମାନେ ଗାଈମାନଙ୍କୁ ଗାଧୋଇ ଦୁଧ ବନ୍ଦାନ୍ତି ଓ ବେଶ ହୋଇ ଲଉଡ଼ି ଖେଳନ୍ତି ଓ ଗୀତ ବୋଲନ୍ତି।] — [ଦ୍ର—ବଙ୍ଗଦେଶରେ ଦୁର୍ଗାପୂଜାପରି ଓଡ଼ିଶାରେ ଦୋଳଯାତ୍ରା ସମସ୍ତେ ପାଳନ୍ତି ଦୋଳଯାତ୍ରା ଦୁଇ ପ୍ରକାର ଯଥା—1 ରାଜ ଦୋଳ; ଏହା ଫଗୁଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୁଏ2 ପଞ୍ଚୁଦୋଳ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ହୁଏ ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ନେଇ ଦୋଳମଣ୍ଡପରେ ଲୋକେ ଦୋଳି ଖେଳାନ୍ତି ଓ ଆପଣାମଧ୍ୟରେ ଅବିର ବୋଳାବୋଳି ଓ ପିଚାକାରୀ ମରାମରି ହୁଅନ୍ତି ଓ ନୃତ୍ୟଗୀତାଦିରେ ଲାଗନ୍ତି ଓଡିଶାରେ କୋଠିଆ ଓ ଗାଈରଖୁଆଳ ଚାକରମାନେ ଦୋଳଠାରୁ ଚାକିରୀର ବର୍ଷ ସୁମାରି କରନ୍ତି ଏହା ମଧ୍ୟ ଗଉଡ଼ମାନଙ୍କର ପ୍ରଧାନ ଉତ୍ସବ ଗଉଡ଼ମାନେ ଗାଈମାନଙ୍କୁ ଗାଧୋଇ ଦୁଧ ବନ୍ଦାନ୍ତି ଓ ବେଶ ହୋଇ ଲଉଡ଼ି ଖେଳନ୍ତି ଓ ଗୀତ ବୋଲନ୍ତି]