ଦେହୁରି Dehuri

  • ଦେ. ବି — ଶବର ବା ଶଅର ଜାତିଙ୍କ ବଂଶୋପାଧିବିଶେଷ — Family title of Ṡabara people
  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଦେବ) — ବଣ ଦେବତା ବା ଅପୂଜା ଦେବତାଙ୍କ ପୂଜକ ଶବର — A priest of a forest Deity
  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଦେବ) — ଅପୂଜା ଦେବତାକୁ ଦେହୁରୀ ବୁଝାଇବା ନ୍ଯାୟ—ଢଗ।
  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଦେବ) — ଗ୍ରାମ ଦେବତାଙ୍କ ପୂଜକ ବା ସେବକ — The servant of a village Deity
  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଦେବ) — ଦେହୁରିଏ ହର୍ଷେ ପକାଇବେ ହୁରି ଚର୍ଚ୍ଚିକା ଶୈଳ ସୋପାନେ— ରାଧାନାଥ. ପାର୍ବତୀ।
  • ପ୍ରାଦେ. (ସିଂହଭୂମ) ବି — ପାହାଡ଼ୀ ଠାକୁରାଣୀଙ୍କ ଭୂୟାଁ ଅନାର୍ଯ୍ଯ ସେବକ — The non-aryan sebakas of the Pāhāṟḍ̠i; Goddess of Singhbhaum