ଦେବାନାମ୍ପ୍ରିୟ Debānāmpriya

  • ସଂ. ବିଣ — ଦେବତାମାନଙ୍କର ପ୍ରିୟ — Beloved of the Gods
  • ସଂ. ବିଣ — ଅଶୋକଙ୍କର ନାମ ପୂର୍ବରେ ଅଶୋକ ଲଗାଇଥିବା ବିଶେଷଣ — An epithet which king Aṡoka prefixed to his name
  • ସଂ. ବିଣ — [ଦ୍ର—ଏଥିର ପାଲୀ ଭାଷାର ଆକାର'ଦେବାନାଂପିଅ' । ଅଶୋକଙ୍କ ଶିଳାଲିପିମାନଙ୍କରେ ଅଶୋକଙ୍କ ନାମ ପୂର୍ବରେ ଦେବାନାଂପିଅ ପିଅଦଶି (ସଂ. ପ୍ରିୟଦର୍ଶୀ) ବିଶେଷଣ ଦିଆ ଯାଇଅଛି ।]
  • ସଂ. ବି — ବକରା; ଛେଳି (ହି. ଶବ୍ଦସାଗର) — Goat
  • ସଂ. ବି — ମୂର୍ଖ ବ୍ଯକ୍ତି (ହି. ଶବ୍ଦସାଗର) — An illiterate person
  • ଦେ. ବି — ରାଜା ଅଶୋକ — King Aṡoka