ଦେବଯାନୀ Debaj̄ānī
- ସଂ. ବି. ସ୍ତ୍ରୀ. (ନାମ) — ଶୁକ୍ରାଚାର୍ଯ୍ଯଙ୍କ କନ୍ଯା ଓ ଯଯାତିଙ୍କ ବିବାହିତା ଭାର୍ଯ୍ଯା — The daughter of Ṡukrāchārj̄ya and the married wife of king J̄aj̄āti
- ସଂ. ବି. ସ୍ତ୍ରୀ. (ନାମ) — ପୁରନ୍ଦରପୁର ସମ ରାଜପୁରେ ସୁମଧ୍ୟମା ଦେବଯାନୀ; ରହିଲେ ସହସ୍ର ଦାସୀ ପରିବୃତା ହସ୍ତିନାର ପାଟରାଣୀ। ନନ୍ଦିକିଶୋର. ଶର୍ମିଷ୍ଠା।
- ସଂ. ବି. ସ୍ତ୍ରୀ. (ନାମ) — [ଦ୍ର—ଦୈତ୍ୟମାନଙ୍କ ରାଜା ବୃଷପର୍ବାଙ୍କ ନିକଟରେ ଶୁକ୍ରାଚାର୍ଯ୍ଯ ବାସ କରୁଥିବା ସମୟରେ ବୃଷପର୍ବାଙ୍କ କନ୍ଯା ଶର୍ମିଷ୍ଠାଙ୍କର ଦେବଯାନୀ ସଖି ଥିଲେ। ଏକଦା ଜଳବିହାର ପରେ ଦେବଯାନୀ ଶର୍ମିଷ୍ଠାଙ୍କ ଲୁଗା ଭ୍ରମରେ ପିନ୍ଧି ପକାଇବାରୁ ଶର୍ମିଷ୍ଠା ଦେବଯାନୀକୁ ଗୋଟିଏ କୂଅରେ ପକାଇ ଦେଇ ସେଠାରୁ ଚାଲି ଆସିଲେ। ଏହି ସମୟରେ ମୃଗୟା ଉଦ୍ଦେଶ୍ୟରେ ସେଠାକୁ ନହୁଷ ରାଜାଙ୍କ ପୁତ୍ର ଯଯାତି ଆସି ଦେବଯାନୀକୁ କୂପରୁ ଉଦ୍ଧାର କଲେ। ଦେବଯାନୀ ଶୁକ୍ରାଚାର୍ଯ୍ଯଙ୍କ ନିକଟରେ ଏ ସଂବାଦ ଦେବାରୁ ଶୁକ୍ରାଚାର୍ଯ୍ଯ ବୃଷପର୍ବାଙ୍କ ନଅର ଛାଡ଼ିଚାଲିଯିବାକୁ ବସିଲେ। ବୃଷପର୍ବା ବହୁ ଅନୁନୟ କରିବାରୁ ଦେବଯାନୀକୁ ପ୍ରସନ୍ନା କରାଇବାକୁ ଶୁକ୍ରାଚାର୍ଯ୍ଯ ବୃଷପର୍ବାଙ୍କୁ କହିଲେ। ବୃଷପର୍ବା ଦେବଯାନୀକୁ ପ୍ରସନ୍ନା କରାଇବାକୁ ପ୍ରାର୍ଥନା କରିବାକୁ ଦେବଯାନୀ କହିଲେ ଯେ ଶର୍ମ୍ମିଷ୍ଠା ମୋର ଦାସୀ ହେଲେ ମୁଁ ପ୍ରସନ୍ନା ହେବି। ଏଥିରେ ବୃଷପର୍ବା ଓ ଶର୍ମ୍ମିଷ୍ଠା ଅଙ୍ଗୀକୃତ ହେଲେ। ଦେବଯାନୀ ଯଯାତିଙ୍କୁ ବିବାହ କଲେ ଓ ତାଙ୍କ ସଙ୍ଗେ ଶର୍ମ୍ମିଷ୍ଠା ଦାସୀ ରୂପେ ଗଲେ। ରାଜା ଶର୍ମ୍ମିଷ୍ଠାଙ୍କଠାରେ ଅନୁରକ୍ତ ହୋଇ ତାଙ୍କ ଗର୍ଭରୁ ଦ୍ରୁହ୍ୟୁ, ଅନୁ ଓ ପୁରୁ ନାମକ ତିନି ପୁତ୍ର ଜାତ କରାଇଲେ। ଦେବଯାନୀ ଏହା ଜାଣି ପାରି କ୍ରୁଦ୍ଧାହେଇ ଶୁକ୍ରାଚାର୍ଯ୍ଯଙ୍କ ଠାକୁ ସଂବାଦ ଦେଲେ। ଶୁକ୍ରାଚାର୍ଯ୍ଯଙ୍କ ଶାପରେ ଯଯାତି ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ। ଦେବଯାନୀଙ୍କ ଗର୍ଭରୁ ଯଦୁ ଓ ତୁର୍ବସୁ ନାମକ ଦୁଇ ପୁତ୍ର ହେଲେ।]