ଦେବ ଦାସୀ Deba dāsī
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଦାସୀ) — ଠାକୁରଙ୍କ ଆଗରେ ନୃତ୍ୟାଦି କରିବା ବା ସେବାକାରିଣୀ ନର୍ତ୍ତକୀ; ମାହାରୀ — 2. Dancing girls performing dance and music in temples
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଦାସୀ) — (ଦେବ=ଇନ୍ଦ୍ରିୟ+ଦାସ୍ ଧାତୁ=ବଧ କରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ)—ବେଶ୍ୟା — Prostitute
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଦାସୀ) — [ଦ୍ର—ଜଗନ୍ନାଥଙ୍କ ମନ୍ଦିର ଓ ଦାକ୍ଷିଣାତ୍ୟ ମନ୍ଦିରମାନଙ୍କରେ ବୃତ୍ତିଭୋଗକାରିଣୀ ଦେବଦାସୀମାନେ ଦେବତାଙ୍କ ଆଗରେ ନୃତ୍ୟ ଗୀତାଦି କରନ୍ତି। ବାପାମାଆମାନେ କେତେକ କନ୍ୟାଙ୍କୁ ଦେବଦାସୀ ହେବା ନିମନ୍ତେ ଦେବତାମାନଙ୍କ ମନ୍ଦିରରେ ଅର୍ପଣ କରନ୍ତି ଓ ଏମାନେ ବାଲ୍ୟକାଳରୁ ନୃତ୍ୟାଗୀତାଦି ଶିଖି ମନ୍ଦିରରେ ନୃତ୍ୟଗୀତାଦି କରନ୍ତି । କାଳିଦାସଙ୍କ ମେଘଦୂତରେ ମହାକାଳ ଦେବଙ୍କ ମନ୍ଦିରରେ ବେଶ୍ୟାମାନଙ୍କ ନୃତ୍ୟ କରୁଥିବା ବିଷୟ ବର୍ଣ୍ଣିତ ଅଛି । ପ୍ରାଚୀନ ମିଶର, ୟୁନାନ୍, ବାବିଲନ ଆଦି ଦେଶର ଦେବମନ୍ଦିରରେ ଦେବ— ନର୍ତ୍ତକୀମାନେ ନୃତ୍ୟ କରୁଥିବାର ଜଣାଯାଏ । ଦେବଦାସୀଙ୍କ ତ୍ୟକ୍ତ ସମ୍ପତ୍ତିରେ ସେମାନଙ୍କ କନ୍ୟାମାନେ ଉତ୍ତରାଧିକାରିଣୀ ହୁଅନ୍ତି । (ହି. ଶବ୍ଦସାଗର) । ଅଧୁନା ଦେବଦାସୀମାନଙ୍କର ଚରିତ୍ରଦୋଷ ସର୍ବତ୍ର ପରିଲକ୍ଷିତ ହେବାରୁ ସମାଜସଂସ୍କାରକମାନେ ଭାରତରୁ ଏ ପ୍ରଥା ରହିତ କରିବା ପାଇଁ ଚେଷ୍ଟା କରୁଅଛନ୍ତି ।]