ଦୂଷୀ ବିଷ Dūshī bisha

  • ସଂ. ବି — ସୁଶ୍ରୁତ ଅନୁସାରେ ଦେହର ଅଭ୍ୟନ୍ତରରେ ବ୍ୟାପି ରହିବା ଏକପ୍ରକାର ବିଷ (ହି. ଶବ୍ଦସାଗର) — A kind of poison which circulates in the system
  • ସଂ. ବି — [ଦ୍ର—କୌଣସି ପ୍ରକାର ସ୍ଥାବର, ଜଙ୍ଗମ ବା କୃତ୍ତ୍ରିମ ବିଷ ଶରୀରରେ ପ୍ରବେଶ କରି ତାହା ଦେହରୁ ବାହାରି ନ ଗଲେ ବା ଔଷଧ ଓ ଉପଚାରଦ୍ୱାରା ନଷ୍ଟ ନ ହେଲେ ତାହାକୁ ଦୂଷୀ ବିଷ ବା ହୀନ ବିଷ ବୋଲାଯାଏ। ଯାହା ଦେହରେ ଏ ବିଷ ରହେ, ତାହା ଦେହ ହଳଦିଆ ପଡ଼ିଯାଏ, ମଳର ରଙ୍ଗ ବଦଳିଯାଏ, ମୁହଁରୁ ଦୁର୍ଗନ୍ଧ ବାହାରେ, ଶୋଷ ଓ ମୂର୍ଚ୍ଛା ହୁଏ, କେଶ ଓ ଲୋମ ଉପୁଡ଼ି ଯାଏ, ଦେହରେ ଚେକା ଦାଗମାନ ବାହାରେ ଓ ହାତ ଗୋଡ଼ ଫୁଲିଯାଏ। ହି. ଶବ୍ଦସାଗର।]