ଦୁହିଁବା Duhiñbā
- ଦେ. କ୍ରି. (ସଂ. ଦୁହ୍ ଧାତୁ) — ଦୋହନ କରିବା — To milk
- ଦେ. କ୍ରି. (ସଂ. ଦୁହ୍ ଧାତୁ) — ନବମେ ପୃଥି ରୂପ ଧରି, ବଳେ ଦୁହିଁଲେ ବସୁନ୍ଧରୀ। ଜଗନ୍ନାଥ. ଭାଗବତ।
- ଦେ. କ୍ରି. (ସଂ. ଦୁହ୍ ଧାତୁ) — (ଲକ୍ଷଣାର୍ଥ) ଦୁଧ ଦୁହିଁଲା ପରି କୌଣସି ବ୍ଯକ୍ତିଠାରୁ ଧନ ଆଦି ନିଃଶେଷ କରି ନେବା — (figurative) To squeeze money etc from a person; to fleece a person
- ଦେ. କ୍ରି. (ସଂ. ଦୁହ୍ ଧାତୁ) — ହରି ଜନ୍ମିଲେ ରାଜା କୁଳେ ଭୂମିକି ଦୁହିଁ ବାହୁ ବଳେ। ଜଗନ୍ନାଥ ଭାଗବତ।
- ଦେ. କ୍ରି. (ସଂ. ଦୁହ୍ ଧାତୁ) — ଦୁଧ ଦୁହିଁଲା ପରି କୌଣସି ବସ୍ତୁକୁ (ଧାନ କେଣ୍ଡାରୁ ଧାନ ଗୁଡ଼ିକ) ଦୁଇ ଆଙ୍ଗୁଠି ଦ୍ୱାରା ଚିପି ଉଞ୍ଛି ଆଣିବା — To press a thing with two fingers in order to squeeze something out of it
- ଦେ. କ୍ରି. (ସଂ. ଦୁହ୍ ଧାତୁ) — ବରଜି ଆଖଣ୍ଡଳ ଧେନୁକୁ ଛାଗଗଳ ଚମକୁ ଚିର ବୋଲି ଦୁହିଁଲି ଗୋ। କବିସୂର୍ଯ୍ୟ. ସଙ୍ଗୀତ।