ଦୁଶ୍ଚର୍ମା Duṡcharmā
- ସଂ. ବିଣ (ବହୁବ୍ରୀହି; ଦୁର୍+ଚର୍ମନ୍; 1 ମା. 1 ବ) — ମନ୍ଦଚର୍ମବିଶିଷ୍ଟ — Having a rough skin or hide
- ସଂ. ବିଣ (ବହୁବ୍ରୀହି; ଦୁର୍+ଚର୍ମନ୍; 1 ମା. 1 ବ) — ଯେଉଁ ପୁରୁଷର ଲିଙ୍ଗେନ୍ଦ୍ରିୟର ମୁଁହ ଢାଙ୍କିବା ଚମଡ଼ା ଜନ୍ମକାଳରୁ ନ ଥାଏ (ହି. ଶବ୍ଦସାଗର) — (a male) Having no foreskin on his male organ since his birth
- ସଂ. ବିଣ (ବହୁବ୍ରୀହି; ଦୁର୍+ଚର୍ମନ୍; 1 ମା. 1 ବ) — [ଦ୍ର—ଧର୍ମଶାସ୍ତ୍ରର ମତ ଏହି କି ଗୁରୁତଳ୍ପଗ ବ୍ଯକ୍ତିମାନେ ଜନ୍ମାନ୍ତରରେ ଦୁଶ୍ଚର୍ମା ହୋଇ ଜନ୍ମନ୍ତି। ବିନା ପ୍ରାୟଶ୍ଚିତ୍ତରେ ଏପରି ଲୋକ କୌଣସି ଧର୍ମକାର୍ଯ୍ୟ କରିବାର ଅଧିକାରୀ ନୁହନ୍ତି; ଏମନ୍ତ କି ବିନା ପ୍ରାୟଶ୍ଚିତ୍ତରେ ଏମାନଙ୍କର ଦାହକର୍ମ ବା ମୃତକକର୍ମ କରାଯାଇ ନ ପାରେ—ହି. ଶବ୍ଦସାଗର।]
- ସଂ. ବି — ମନ୍ଦ ଚମଡ଼ା — Bad leather; bad skin