ଦୁର୍ବଳ Durbaḻa

  • ସଂ. ବିଣ (ବହୁବ୍ରୀହି; ଦୁର୍+ବଳ) — ହୀନବଳ; ବଳଶୂନ୍ୟ; ନିର୍ବଳ; ଶକ୍ତିହୀନ — Powerless
  • ସଂ. ବିଣ (ବହୁବ୍ରୀହି; ଦୁର୍+ବଳ) — ଅସମର୍ଥ; ଅଶକ୍ତ — Weak; impotent
  • ସଂ. ବିଣ (ବହୁବ୍ରୀହି; ଦୁର୍+ବଳ) — କ୍ଷୀଣ; କୃଶ; ଦୋବାଲା — Emaciated; feeble; lean; enfeebled
  • ଦେ. ବି. — ଦୁର୍ବଳତା — Weakness
  • ଦେ. ବି. — ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ— ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଦେ. ବିଣ — ପ୍ରବଳ; ଉଗ୍ର; ପ୍ରଚଣ୍ଡ — Terrible
  • ଦେ. ବିଣ — ଅତ୍ୟଧିକ — Excessive
  • ଦେ. ବିଣ — ଯାହାକୁ ବନ୍ଦ ବା ଅବରୋଧ କରିବାକୁ ମନୁଷ୍ୟର ବଳ ପାଏ ନାହିଁ — Which can not be stopped
  • ଦେ. ବିଣ — (ଯଥା—ଏ ବର୍ଷ ଦୁର୍ବଳ ବଢ଼ିରେ ଘର ଦ୍ୱାର ଭାସି ଗଲା।)
  • ଦେ. ବିଣ — ନିକୃଷ୍ଟ — Inferior
  • ଦେ. ବିଣ — କଛ କଲେ ସ୍ଫୁଟିକ ହୋଇବ ଦୁର୍ବଳ—କୃଷ୍ଣସିଂହ ମହାଭାରତ. ବନ।