ଦୁର୍ଘଟ Durghaṭa
- ସଂ. ବିଣ. (ଦୁର୍+ଘଟ୍ ଧାତୁ+କର୍ମ. ଅ) — ଯାହା ସହଜରେ ଘଟେ ନାହିଁ — Impractical; difficult to be brought about
- ସଂ. ବିଣ. (ଦୁର୍+ଘଟ୍ ଧାତୁ+କର୍ମ. ଅ) — କଠିନ; ଦୁସାଧ୍ୟ; କଷ୍ଟସାଧ୍ୟ — Hard to accomplish; difficult to accomplish
- ସଂ. ବିଣ. (ଦୁର୍+ଘଟ୍ ଧାତୁ+କର୍ମ. ଅ) — ଅସମ୍ଭବ — Impossible
- ସଂ. ବିଣ. (ଦୁର୍+ଘଟ୍ ଧାତୁ+କର୍ମ. ଅ) — ଅସାଧ୍ୟ — Impracticable
- ସଂ. ବିଣ. (ଦୁର୍+ଘଟ୍ ଧାତୁ+କର୍ମ. ଅ) — ପାପୀ ଲୋକ ତୀର୍ଥକୁ ଯିବାର ଦୁର୍ଘଟ। କୃଷ୍ଣସିଂହ. ମହାଭାରତ ବନ।
- ଦେ. ବିଣ — ଦୁଷ୍ପ୍ରାପ୍ୟ — Not easily available
- ଦେ. ବିଣ — ଆହେ ଭୀଷ୍ମ ତୁମ୍ଭେ ତ ଧର୍ମଆତ୍ମା ଅଟ କେଉଁ ତୀର୍ଥ ତୁମ୍ଭକୁ ହୋଇବ ଦୁର୍ଘଟ। କୃଷ୍ଣସିଂହ. ମହାଭାରତ ବନ।
- ଦେ. ବିଣ — ନଅଣ୍ଟ; ଅନଟନ — 3. Deficient; wanting
- ଦେ. ବି — ଅଭାବ — Want