ଦୁର୍ଗା Durgā
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ଭଗବତୀ; ମହାଦେବଙ୍କ ସ୍ତ୍ରୀ; ପରମା ପ୍ରକୃତି; ଆଦ୍ୟା ଶକ୍ତି — Goddess Durgā the wife of Mahādeba
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — [ଦ୍ର—ମାର୍କାଣ୍ଡେୟ ପୁରାଣାନ୍ତାର୍ଗତ ଦେବୀମହାତ୍ମ୍ୟ ବା ଚଣ୍ଡୀ ପୁରାଣରେ ଦୁର୍ଗାଙ୍କର ଉତ୍ପତ୍ତି ଓ ଅସୁର ବିନାଶାର୍ଥ ଭିନ୍ନ ଭିନ୍ନ ଅବତାରର ବିଷୟ ବର୍ଣ୍ଣିତ ହୋଇଅଛି। ସେ ବିଷ୍ଣୁ, ବ୍ରହ୍ମା ଓ ଶିବ ଆଦି ଦେବତାମାନଙ୍କ ତେଜରୁ ସମ୍ଭୁତା ଏବଂ ବିଷ୍ଣୁଙ୍କର ମାୟା ଅଟନ୍ତି। ଏହି ବିଷ୍ଣୁ ମାୟା ସଂସାରକୁ ଚଳାଉଛନ୍ତି।
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ଚଣ୍ଡୀ ପୁରାଣ ଏକାଦଶ ଅଧ୍ୟାୟରେ ଦେବୀଙ୍କର ନିଜ ଉକ୍ତି ଲେଖା ଅଛି ଯେ ପୃଥିବୀରେ ଶତ ବର୍ଷ ଅନାବୃଷ୍ଟି ହେବା ସମୟରେ ଆମ୍ଭେ ଜନ୍ମ ଗ୍ରହଣ କରି ଶତାକ୍ଷୀ ନାମ ଧାରଣ କରିବୁଁ ଓ ନିଜ ଦେହ- ସମ୍ଭୂତ ପ୍ରାଣଧାରକ ଶାକ ଉତ୍ପାଦନ କରି ସମୁଦାୟ ଲୋକଙ୍କୁ ଭରଣ କରିବୁଁ ଓ ଦୁର୍ଗ ନାମକ ମହାସୁରକୁ ବଧ କରି ଆମ୍ଭେ ଦୁର୍ଗା ଦେବୀ ନାମରେ ବିଖ୍ୟାତ ହେବୁଁ। ଚଣ୍ଡୀ 11 । 46 - 50 ; ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ ଯଥା — ଚଣ୍ଡୀ ପୁରାଣ ଏକାଦଶ ଅଧ୍ୟାୟରେ ଦେବୀଙ୍କର ନିଜ ଉକ୍ତି ଲେଖା ଅଛି ଯେ ପୃଥିବୀରେ ଶତ ବର୍ଷ ଅନାବୃଷ୍ଟି ହେବା ସମୟରେ ଆମ୍ଭେ ଜନ୍ମ ଗ୍ରହଣ କରି ଶତାକ୍ଷୀ ନାମ ଧାରଣ କରିବୁଁ ଓ ନିଜ ଦେହ- ସମ୍ଭୂତ ପ୍ରାଣଧାରକ ଶାକ ଉତ୍ପାଦନ କରି ସମୁଦାୟ ଲୋକଙ୍କୁ ଭରଣ କରିବୁଁ ଓ ଦୁର୍ଗ ନାମକ ମହାସୁରକୁ ବଧ କରି ଆମ୍ଭେ ଦୁର୍ଗା ଦେବୀ ନାମରେ ବିଖ୍ୟାତ ହେବୁଁ ଚଣ୍ଡୀ1146-50; ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ ଯଥା
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ଧୂମାବତୀ, ବଗଳା, ଅନ୍ନପୂର୍ଣ୍ଣା, କପାଳେଶ୍ୱରୀ, ପାର୍ବତୀ, କାଳୀ, ଚଣ୍ଡୀ, କାଳିକା, କରାଳୀ, ବିମଳା, ଭଗବତୀ, ଜଗଦ୍ଧାତ୍ରୀ, ଶ୍ୟାମା। ଦୁର୍ଗାବତାରରେ ଏ ମହିଷାସୁର, ରକ୍ତବୀକ, ଶୁମ୍ଭ, ନିଶୁମ୍ଭ ଆଦି ଅସୁରମାନଙ୍କୁ ବଧ କରିଥିଲେ । ପ୍ରଥମେ ସୁରଥ ରାଜା ଓ ପରେ ରାମଚନ୍ଦ୍ର ପୃଥିବୀରେ ଦୁର୍ଗାଙ୍କର ପୂଜା କରିଥିଲେ।]
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — [ଦୁର୍ଗାଙ୍କର ଅନ୍ଯ ନାମ—ଆଦ୍ୟାଶକ୍ତି, ଉମା, କାତ୍ୟାୟନୀ, ଗୌରୀ, କାଳୀ, ହୈମବତୀ, ଈଶ୍ୱରୀ, ଶିବା, ଭବାନୀ, ରୁଦ୍ରାଣୀ, ଶର୍ବାଣୀ, କଲ୍ୟାଣୀ, ଅପର୍ଣ୍ଣା, ପାର୍ବତୀ, ମୁଡ଼ାନୀ, ଚଣ୍ଡିକା, ଅମ୍ବିକା, ଚଣ୍ଡୀ, ଶାରଦା, ଗିରିଜା, ମଙ୍ଗଳା, ନାରାୟଣୀ, ମହାମାୟା, ବୈଷ୍ଣବୀ, ଗିରିଜା, ଗିରିକନ୍ୟକା, ହିଣ୍ଡୀ, କୋଟ୍ଟବୀ, ଷଷ୍ଠୀ, ମାଧବୀ, ଜୟନ୍ତୀ, ଭାର୍ଗବୀ, ଭା, ସତୀ, ଭ୍ରାମରୀ, ଦକ୍ଷକନ୍ୟା, ମହିଷମର୍ଦ୍ଦିନୀ, ହେରମ୍ବଜନନୀ, ସାବିତ୍ରୀ, କୃଷ୍ଣପିଙ୍ଗଳା, ଶୂଳଧରା, ଭଗବତୀ, ଈଶାନୀ, ସନାତନୀ, ମହାକାଳୀ, ଶିବାନୀ, ଚାମୁଣ୍ଡା, ବିଧାତ୍ରୀ, ଆନନ୍ଦା ମହାମାତ୍ରା, ଭୌମୀ, କୃଷ୍ଣା, ଚାର୍ବଙ୍ଗୀ, ବାଣୀ, ଫଲ୍ଗୁନୀ, ମାତୃକା, ତାରା, କାଳିକା, କାମେଶ୍ୱରୀ, ଭୈରବୀ, ଭୁବେନଶ୍ୱରୀ, ତ୍ୱରିତା, ମହାଲକ୍ଷ୍ମୀ, ବାଗୀଶ୍ୱରୀ, ତ୍ରିପୁରା, ଜ୍ୱାଳାମୁଖୀ, ବଗଳାମୁଖୀ, ଅନ୍ନପୂର୍ଣ୍ଣା ଅନ୍ନଦା, ବିଶାଳାକ୍ଷୀ, ସୁଭଗା, ଧବଳା, ଘୋରା, ପ୍ରେମା, ବଟେଶ୍ୱରୀ କୀର୍ତ୍ତୀଦା, ତୁମୁଳା, କାମରୂପା, ଜୃମ୍ଭିଣୀ, ମୋହିନୀ, ଶାନ୍ତା, ବେଦମାତା, ତ୍ରିପୁରସୁନ୍ଦରୀ, ତାପିନୀ, ଚିତ୍ରା, ଅନନ୍ତା ଇତ୍ୟାଦି ହି. ଶବ୍ଦସାଗର।]
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ନୀଳ; ନୀଳ ଗୁଳ୍ମ (ହି. ଶବ୍ଦସାଗର) — The Indigo plant
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ଶ୍ୟାମା ପକ୍ଷୀ (ହି. ଶବ୍ଦସାଗର) (ଦେଖ) — Ṡyāmā bird (See)
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ଅପରାଜିତା ହି. ଶବ୍ଦସାଗର (ଦେଖ) — Aparājitā (See)
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ନଅ ବର୍ଷ ବୟସ୍କା କନ୍ଯା (ହି. ଶବ୍ଦସାଗର) — A girl in her ninth year
- ସଂ. ବି. ସ୍ତ୍ରୀ. (ଦୁର୍+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ବା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ) — ରାଗୀଣୀବିଶେଷ (ହି. ଶବ୍ଦସାଗର) — Name of a musical tune
- ଦେ. ବି — ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to females
- ଦେ. ବି — [ଦ୍ର—ପୁରୁଷକୁ ଦୁର୍ଗା ପ୍ରସାଦ, ଦୁର୍ଗା ପ୍ରସନ୍ନ, ଦୁର୍ଗା ଦାସ, ଦୁର୍ଗା ପଦ, ଦୁର୍ଗା ତରଣ ଆଦି ନାମ ଦିଆଯାଏ ଓ ସ୍ତ୍ରୀମାନଙ୍କୁ ଦୁର୍ଗା, ଦୁର୍ଗାବତୀ, ଦୁର୍ଗେଶ ନନ୍ଦିନୀ ଆଦି ନାମ ଦିଆଯାଏ। ଏହି ନାମଧାରୀ ପୁରୁଷଙ୍କୁ, ଦୁରୁଗା, ଦୁରୁଗୁ, ଦୁର୍ଗା ଓ ସ୍ତ୍ରୀଙ୍କୁ ଦୁରୁଗା, ଦୁରୁଗୀ, ଦୁର୍ଗୀ, ଦୁରୀ ବୋଲି ଡକାଯାଏ।]