ଦୁତୀଆ ଓଷା Dutīā oshā
- ଦେ. ବି. (ସଂ. ଜୀମୂତବାହନ+ସଂ. ଉପବାସ ପ୍ରା. ଓଷା) — ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ — The eighth day of the dark fortnight of Āṡwina
- ଦେ. ବି. (ସଂ. ଜୀମୂତବାହନ+ସଂ. ଉପବାସ ପ୍ରା. ଓଷା) — [ଦ୍ର—ସଧବା ସ୍ତ୍ରୀଲୋକମାନେ ଏହି ଓଷା କରନ୍ତି। ସେମାନେ ପୂର୍ବଦିନ ଉପରଓଳି ଉପବାସ (ଏକବାର) କରି ପରଦିନ ସାରାଦିନ ଓ ରାତି ନିର୍ଜଳ ରହନ୍ତି। ସନ୍ଧ୍ୟା ସମୟରେ ଗ୍ରାମର ସମସ୍ତ ସ୍ତ୍ରୀଲୋକେ ଗୋଟିଏ ପୋଖରୀରେ ଗାଧୋଇ ଗଙ୍ଗାମାତାଙ୍କୁ ପୂଜା କରନ୍ତି ଓ ସ୍ନାନ ଘାଟର ବାଟରେ ନୂଆଲୁଗାମାନ ପାହାଡ଼ା ପାରି ସ୍ନାତା ସ୍ତ୍ରୀମାନଙ୍କ ପଦଧୂଳି ସଂଗ୍ରହ କରି ନିଜ ନିଜ ପିଲାଙ୍କ ମୁଣ୍ଡରେ ଆଣି ଝାଡ଼ନ୍ତି। ରାତିରେ ଦୂତୀବାହନଙ୍କୁ ନାନାପ୍ରକାର ଫଳ ଭୋଗ ଦେଇ ଏହି ଓଷାର କଥା (ଉପାଖ୍ୟାନ) ଶୁଣନ୍ତି।]