ଦୀପ ଜାଳିବା Dīpa jāḻbā
- ଦେ. କ୍ରି. — ଦୀପରେ ଅଗ୍ନି ସଂଯୋଗ କରିବା — To light a lamp; to kindle a lamp
- ଦେ. କ୍ରି. — ସନ୍ଧ୍ୟାବତୀ ଲଗାଇବା; ଦେବତାଙ୍କ ଆଗରେ ବା ତୁଳସୀ ଚଉରା ମୂଳେ ବା ଦାଣ୍ଡ ଦୁଆରରେ ସନ୍ଧ୍ୟା ବୁଡ଼ିଲା ବେଳେ ବତୀ ଜାଳିବା — To light a wick before a Deity just at eve
- ଦେ. କ୍ରି. — (ମହାଜନୀ ଭାଷା) (କୌଣସି ମହାଜନ) ଦେବାଲିଆ ବା ବେମଗ୍ଦୁରୀ ହେବା ବିଷୟ ପ୍ରକାଶ କରିବା — To publish the fact of a trader having become insolvent
- ଦେ. କ୍ରି. — [ଦ୍ର—ପୂର୍ବେ ଯେଉଁ ବିଦେଶୀ ମହାଜନମାନେ ଦେବାଲିଆ ହେଉଥିଲେ ସେମାନେ କାମ ଦାମ ବନ୍ଦ କରି ଦୋକାନରେ ଗୋଟିଏ ଚାରିମୁହାଁ ଦୀପ ଜଳାଉଥିଲେ। ତାହା ଦେଖି ସର୍ବସାଧାରଣ ଜାଣି ପାରୁଥିଲେ ଯେ ସେ ଲୋକ ବେମଗ୍ଦୁର ହେଲାଣି।]