ଦାହ Dāha

  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଜାଳିବା; ଭସ୍ମୀକରଣ; ପୋଡ଼ିବା; ଦହନ — Burning; conflagration
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଦେହାଂଶରେ ବା ବ୍ରଣାଦିରେ ଅଗ୍ନି ପ୍ରୟୋଗ — Cauterization
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଦେହର ପୋଡ଼ାଜଳା ରୋଗ — A disease causing burning sensation in the body; inflammation
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — [ଦ୍ର—ଏହା ପିତ୍ତ ପ୍ରକୋପରୁ ହୁଏ, ଏଥିରେ ଖୁବ୍ ଶୋଷ କରେ ଓ କଣ୍ଠ ଶୁଖି ଯାଏ—ହି. ଶବ୍ଦସାଗର। ଏଥିରେ ପାଦର ତଳିପା ଓ କରତଳ ବେଶି ପୋଡ଼ାଜଳା କରେ।]
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଜ୍ୱର — Fever
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଜ୍ୱରଜନିତ ଦେହର ଉତ୍ତାପବୃଦ୍ଧି — The rise of temperature of the body, due to fever
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ତାପ; ସନ୍ତାପ — Heat
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଆନ୍ତରିକ ବେଦନା; ଶୋକ; ମନୋଦୁଃଖ — Sorrow; grief
  • ସଂ. ବି. (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ) — ଶବକୁ ପୋଡ଼ିବା; ଶବଦାହ — Cremation; burning of a dead body
  • ଦେ. ବିଣ. — ଦଗ୍ଧ; ପୋଡ଼ା — Burnt; calcined
  • ଦେ. ବିଣ. — ଦାହ ସୁବର୍ଣ୍ଣ ଶରୀର, ପାୟେଁଶ ଘେନିଛି କର ମୁନିଙ୍କ କରେ ସେ ଦେଲେ ଅଦୃଶ୍ୟ ହେଲେ। ବିଶ୍ୱନାଥ, ବିଚିତ୍ରରାମାୟଣ।