ଦାରୀ ନଚେଇବା Dārī nacheibā
- ଦେ. କ୍ରି — ନର୍ତ୍ତକୀ ବେଶ୍ୟାର ପଛରେ ରହି ତାହାର ନୃତ୍ୟ ସଙ୍ଗେ ତାଳ ଅନୁସାରେ ବାଦ୍ୟ ବଜାଇବା — To play music to the accompaniment of the dancing of a dancing girl
- ଦେ. କ୍ରି — ଆପଣା ଆଗରେ ବେଶ୍ୟା ନାଚିବାର ଉପାୟ କରିବା — To cause a nauch-girl dance before one's self
- ଦେ. କ୍ରି — (ଗାଳି) (ଲକ୍ଷଣାର୍ଥ) ଅତ୍ୟନ୍ତ ନିର୍ଲ୍ଲଜରୂପେ କାର୍ଯ୍ୟ କରିବା; କୌଣସି ଲଜ୍ଜାଜନକ କାର୍ଯ୍ୟ କରିବା — 2. (figurative) To do any shameful work
- ଦେ. କ୍ରି — ନିଜ ଘରର ସ୍ତ୍ରୀମାନଙ୍କୁ ଅଯଥା ସ୍ୱାଧୀନତା ଦେବା — To give undue liberty and freedom of movement to the female members of one's family