ଦାମୋଦର ବିଡ୍ୟାବାଗୀଶ Dāmodara Bidyābāgīṡa

  • ଦେ. ବି. ନାମ — କଟକ ଜିଲ୍ଲାର ଯାଜପୁରର ସ୍ୱର୍ଗୀୟ ପ୍ରସିଦ୍ଧ ପଣ୍ଡିତ — Name of a celebrated Pandit of Jajpur
  • ଦେ. ବି. ନାମ — [ଦ୍ର—ଏ ସ୍ୱନାମଧନ୍ୟ ପଣ୍ଡିତ ଶ୍ରୀ ନୀଳମଣି ମିଶ୍ରଙ୍କର ଓ ସ୍ୱର୍ଗୀୟ ନାଟ୍ୟକାର କାମପାଳ ମିଶ୍ରଙ୍କ ପିତା ଥିଲେ।
  • ଦେ. ବି. ନାମ — (ଜନ୍ମ— 1833 ; ମୃତ୍ୟୁ— 1910 ) ଏ ଯାଜିପୁର ଟାଉନ ଅନ୍ତର୍ଗତ ସ୍ୱପ୍ନପୁର ଶାସନର ଏକ କୁଳୀନ ଉତ୍କଳ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ। ଏ ଜଣେ ଖ୍ୟାତନାମା ପଣ୍ଡିତ ଥିଲେ। ସଂସ୍କୃତ ବ୍ୟାକରଣ, କାବ୍ୟ, ନାଟକ, ଅଳଙ୍କାର, ସ୍ମୃତି, ପୁରାଣ, ଇତିହାସ, ବେଦାନ୍ତ, ଉପନିଷଦ, ଗୀତା ଓ ଭାଗବତ ପ୍ରଭୃତିରେ ଏହାଙ୍କର ବିଶେଷ ଅବଗାହ ଥିଲା। ଏ ମହାଶୟ ଅସାଧାରଣ ମେଧାବୀ ଥିଲେ। ସମୁଦାୟ ସଂକ୍ଷିପ୍ତସାର ବ୍ୟାକରଣ, ଅମରକୋଷ ଓ ନୈଷଧାଦି କାବ୍ୟ ଏହାଙ୍କର କଣ୍ଠସ୍ଥ ଥିଲା। ସୁଲଳିତ ସଂସ୍କୃତ କବିତା ରଚନାର ଏହାଙ୍କର ବିଶେଷ ପଟୁତା ଥିଲା। ଏହା ଛଡ଼ା କର୍ମକାଣ୍ଡରେ ମଧ୍ୟ ଏ ବଡ଼ ଧୁରନ୍ଧର ଥିଲେ। — (ଜନ୍ମ—1833; ମୃତ୍ୟୁ—1910) ଏ ଯାଜିପୁର ଟାଉନ ଅନ୍ତର୍ଗତ ସ୍ୱପ୍ନପୁର ଶାସନର ଏକ କୁଳୀନ ଉତ୍କଳ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଏ ଜଣେ ଖ୍ୟାତନାମା ପଣ୍ଡିତ ଥିଲେ ସଂସ୍କୃତ ବ୍ୟାକରଣ, କାବ୍ୟ, ନାଟକ, ଅଳଙ୍କାର, ସ୍ମୃତି, ପୁରାଣ, ଇତିହାସ, ବେଦାନ୍ତ, ଉପନିଷଦ, ଗୀତା ଓ ଭାଗବତ ପ୍ରଭୃତିରେ ଏହାଙ୍କର ବିଶେଷ ଅବଗାହ ଥିଲା ଏ ମହାଶୟ ଅସାଧାରଣ ମେଧାବୀ ଥିଲେ ସମୁଦାୟ ସଂକ୍ଷିପ୍ତସାର ବ୍ୟାକରଣ, ଅମରକୋଷ ଓ ନୈଷଧାଦି କାବ୍ୟ ଏହାଙ୍କର କଣ୍ଠସ୍ଥ ଥିଲା ସୁଲଳିତ ସଂସ୍କୃତ କବିତା ରଚନାର ଏହାଙ୍କର ବିଶେଷ ପଟୁତା ଥିଲା ଏହା ଛଡ଼ା କର୍ମକାଣ୍ଡରେ ମଧ୍ୟ ଏ ବଡ଼ ଧୁରନ୍ଧର ଥିଲେ
  • ଦେ. ବି. ନାମ — ଏହାଙ୍କ ତୁଲ୍ୟ ନିଷ୍ଠାବାନ୍, ଧର୍ମପରାୟଣ, ଆଚାରପୂତ, ଆଦର୍ଶ— ଚରିତ୍ର ବ୍ଯକ୍ତି ଦୁର୍ଲ୍ଲଭ।]