ଦାଦାଭାଇ ନଉଭୋଜୀ Dādābhāi naurojī

  • ଦେ. ବି. (ନାମ) — ଭାରତର ପ୍ରସିଦ୍ଧ ସ୍ୱର୍ଗୀୟ ପାର୍ସୀ ଦେଶହିତୈଷୀ — Dādābhāi Naoroji
  • ଦେ. ବି. (ନାମ) — [ଦ୍ର—ଏହାଙ୍କ ଜନ୍ମସ୍ଥାନ ବମ୍ବେ। ଏ ଭାରତବର୍ଷୀୟମାନଙ୍କର ସାମାଜିକ, ବୈଷୟିକ, ରାଜନୀତିକ ଓ ଶିକ୍ଷା ସମ୍ବନ୍ଧୀୟ ଉନ୍ନତି ପାଇଁ ନାନା ଅନୁଷ୍ଠାନ, ଆନ୍ଦୋଳନ, ସଭା, ସଂବାଦପତ୍ର ପରିଚାଳନା କରି ଥିଲେ। ଏ ତିନି ଥର ଭାରତୀୟ କଂଗ୍ରେସ୍ର ସଭାପତି ନିର୍ବାଚିତ ହୋଇ ଥିଲେ ଓ ବିଲାତ ପାର୍ଲାମେଣ୍ଟର ସଭ୍ୟ ହୋଇଥିଲେ। ଏହାଙ୍କର ପ୍ରସିଦ୍ଧ ଇଂରାଜୀ ଗ୍ରନ୍ଥ — Poverty and unbritish Rule in Indiaରେ ଭାରତବର୍ଷର ରାଜନୀତିକ, ଆର୍ଥିକ ଓ ବୈଷୟିକ ଉନ୍ନତି ବିଷୟରେ ଅନେକ ଗବେଷଣାପୂର୍ଣ୍ଣ ତଥ୍ୟ ଓ ଉପଦେଶ ଲିପିବଦ୍ଧ କରିଅଛନ୍ତି ଜଗତର ପ୍ରସିଦ୍ଧ ବ୍ଯକ୍ତିଙ୍କ ମଧ୍ୟରେ ଏ ଜଣେ ଏହାଙ୍କର ଜନ୍ମ1825ଓ ମୃତ୍ୟୁ1910]