ଦାଣ୍ଟିବା Dāṇtibā

  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଅଟକାଇବା — To restrain; to check
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଆକଟ କରିବା; ଜାବତା କରିବା — To scold
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଗାଣ୍ଠିବା; ଆକ୍ରାନ୍ତ କରିବା — To overpower
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — (ଯଥା—ରୋଗ ତାକୁ ଭାରି ଦାଣ୍ଟିଛି ।)
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଦଣ୍ଟେଇବା; ଶଗଡ଼ର ପଛ ଆଡ଼ୁ ଦଣ୍ଡା ଧରି ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା — To direct or regulate the motion of a cart by holding its beams from behind
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଶାସନ କରିବା; ଦମନ କରିବା — To subject to discipline; to control, to rule
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଧମକାଇବା; ଧଡ଼କାଇବା — To threaten
  • ଦେ. କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ) — ଦଣ୍ଡ ଦେବାର ଭୟ ଦେଖାଇବା — To threaten; to punish