ଦସ୍ୟୁ Dasyu
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଚୋର — Thief
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଡାକୁ; ଲୁଣ୍ଠକ; ଡକାଇତ; ଜବରଦସ୍ତି ଦ୍ରବ୍ୟାଦି ଛଡ଼ାଇ ନିଏ — Robber; plunderer; extortioner
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଉତ୍ପୀଡ଼ନକାରୀ ବ୍ଯକ୍ତି — Oppressor
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଅନ୍ତ୍ୟଜ ଜାତିବିଶେଷ — Name of a low caste of untouchables
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଚକ୍ର — Wheel; discus
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — ଶତ୍ରୁ — Enemy
- ସଂ. ବି. (ଦସ୍ ଧାତୁ=ଉତ୍କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ) — [ଦ୍ର— ଦସ୍ୟୁମାନଙ୍କ ବର୍ଣ୍ଣନା ବେଦରେ ଅନେକ ସ୍ଥାନରେ ମିଳେ। ଏମାନେ ଆର୍ଯ୍ଯମାନଙ୍କ ଭାରତ ଆଗମନ ପୂର୍ବରୁ ଭାରତରେ ଥିଲେ। ଏମାନେ ଆର୍ଯ୍ଯମାନଙ୍କୁ ନାନାପ୍ରକାରରେ କଷ୍ଟ ଦେଉଥିଲେ; ସେମାନଙ୍କ ଯଜ୍ଞ ବିଘ୍ନ କରୁଥିଲେ, ସେମାନଙ୍କ ଗୋମେଷାଦି ଚୋରି କରି ନେଉଥିଲେ। ନମୁଚି, ଶଂବର ଓ ବୃତ୍ର ଆଦି ଦସ୍ୟୁପତିଙ୍କୁ ଇନ୍ଦ୍ର ବଧ କରିଥିବାର ବେଦରେ ଲେଖାଅଛି। ବେଦରେ ଦସ୍ୟୁ— ମାନଙ୍କ ପ୍ରତି ଦାସ ଓ ଅସୁର ଶବ୍ଦ ପ୍ରୟୋଗ କରା ଯାଇଅଛି। ମନୁସଂହିତାରେ ଅଛି ଯେ ଯେଉଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ମାନବ ଲୁପ୍ତ କ୍ରିୟା ଓ ଜାତିଚ୍ୟୁତ ହେଉଥିଲେ ସେମାନେ ମ୍ଳେଛ— ଭାଷୀ ହୁଅନ୍ତୁ ବା ଆର୍ଯ୍ଯଭାଷୀ ହୁଅନ୍ତୁ ସୋମାନଙ୍କୁ ଦସ୍ୟୁ ବୋଲା ଯାଉଥିଲା। ମହାଭାରତରେ ଅଛି ଯେ ଅର୍ଜୁନ କେତେକ ଦସ୍ୟୁଙ୍କୁ ପରାସ୍ତ କରିଥିଲେ। ଦସ୍ୟୁମାନଙ୍କ ମଧ୍ୟରେ ବାସ କରିବା ପାଇଁ ବ୍ରାହ୍ମଣମାନଙ୍କୁ ନିଷେଧ ଥିଲା। ହି. ଶବ୍ଦସାଗର।]
- ଦେ. ବି — ସୈନ୍ୟ — Soldier
- ଦେ. ବି — ଦୁଃଶାସନ ସାତ୍ୟକି ପରାକ୍ରମ ଦେଖି, କହିଲେ ସେ ଦସ୍ୟୁମାନଙ୍କୁ ଶର ଯୋଖି। କୃଷ୍ଣସିଂହ ମହାଭାରତ. ଦ୍ରୋଣ।