ଦଶମ ନ୍ୟାୟ Daṡama nyāya

  • ସଂ. ବି — ନ୍ଯାୟବିଶେଷ — Name of an analogical argument
  • ସଂ. ବି — [ଦ୍ର—ଦଶ ଜଣ ଲୋକ ଏକ ସଙ୍ଗେ ବିଦେଶ ଯାଉଥିଲେ। ବାଟରେ ଗୋଟିଏ ନଈ ପାର ହୋଇ ପଞ୍ଝାକଯାକ ସମସ୍ତେ ଅଛନ୍ତି କି କିଏ ହଜିଛି ଏହା ଦେଖିବା ନିମନ୍ତେ ସେମାନେ ସମସ୍ତଙ୍କୁ ଗଣନା କରି ବସିଲେ। ପ୍ରଥମ ଗଣନାକାରୀ ଅନ୍ୟମାନଙ୍କୁ ଗଣିଲା କିନ୍ତୁ ଆପଣାକୁ ଭୁଲରେ ନ ଗଣି ଦେଖିଲା ଯେ ନଅ ଜଣ ହେଉଛନ୍ତି; ତହୁଁ ସମସ୍ତେ ବିଚାର କଲେ ଆଉ ଜଣେ କିଏ ହଜିଛି? ତହୁଁ ଦ୍ୱିତୀୟ ଗଣନା— କାରୀ ସେହିପରି ଅନ୍ୟମାନଙ୍କୁ ଗଣିଲା ଏବଂ ଆପଣାକୁ ଛାଡ଼ିଗଲା, ସେ ଦେଖିଲା ଯେ ନଅ ଜଣ ହେଉଛନ୍ତି। ଏହିପରି ପ୍ରତ୍ୟେକେ ଅନ୍ଯ ସମସ୍ତଙ୍କୁ ଗଣନ୍ତି, ମାତ୍ର ନିଜକୁ ଭୁଲରେ ଛାଡ଼ିଯାନ୍ତି। ଘରୁ ତ ଦଶ ଜଣ ବିଦେଶ କରି ବାହାରିଥିଲେ; ନଈ ପାର ହୋଇ ଗଣିଲା ବେଳକୁ ନଅ ଜଣ ହେଉଛନ୍ତି; ଆଉ ଜଣେ କିଏ ହଜିଲା ଏହି ସମସ୍ୟାରେ ପଡ଼ି ଦଶ ଜଣଯାକ ଅତି ବ୍ୟସ୍ତ ହେଉଛନ୍ତି ଏପରି ସମୟରେ ଜଣେ ଜ୍ଞାନୀ ଆତ୍ମଦର୍ଶୀ ବ୍ଯକ୍ତି ସେଠାରେ ଉପସ୍ଥିତ ହୋଇ ସେମାନଙ୍କର ଭ୍ରାନ୍ତିମୂଳକ ଗଣନାକୁ ସେମାନଙ୍କୁ ଦର୍ଶାଇ ଦେବାରୁ ସେମାନେ ଆଶ୍ୱସ୍ତ ହେଲେ। ବିଶ୍ୱାତ୍ମା ପରମେଶ୍ୱର ସବୁଠାରେ ବିରାଜିତ; ମୂର୍ଖ ବ୍ଯକ୍ତି ତାଙ୍କୁ ବିସ୍ମୃତ ହୁଏ; କିନ୍ତୁ ଜ୍ଞାନୀ ଆତ୍ମଦର୍ଶୀ ବ୍ଯକ୍ତି ବେଦାନ୍ତ ବାକ୍ୟ ଉପଦେଶ ଦ୍ୱାରା ବିଶ୍ୱାତ୍ମାକୁ ଦେଖି ପାରେ ଏହାହିଁ ଏ ନ୍ଯାୟର ପ୍ରତିପାଦ୍ୟ ବିଷୟ। — (equivalent English idiom) To reckon without one's host, like a person omitting to reckon one's-self while counting to find out the number of persons present]