ଦଲ୍ଦଲାଇବା Dal-dalāibā
- ଦେ. କ୍ରି — କର୍ଦ୍ଦମମୟ ହେବା; ଦଲଦଲିଆ ହେବା — To become muddy and yielding to treading
- ଦେ. କ୍ରି — ଏ କୋଉ ଗାଁଆ ମାଟି; ବରଷାରେ ଯାଏ ଦଲଦଲେଇ ଲୋ; ଖରା କଲେ ଯାଏ ଫାଟି। ବାଉରୀଙ୍କ ଘୁମରା ଗୀତ।
- ଦେ. କ୍ରି — (ବ୍ରଣାଦି) ପୂଜ ଓ ଘାଆରେ ପୂର୍ଣ୍ଣ ହେବା; ପୂଜାଇବା; ଘେନି ଉଠିବା — To ulcerate; to fester to rankle
- ଦେ. କ୍ରି — (ଯଥା—ବିଇଞ୍ଚି ଗୁଡ଼ାକ ଦଲ୍ଦଲେଇ ମୋତେ ଦିନରାତି ଅଥୟ କରି ପକଉଛି।)
- ପ୍ରାଦେ. (ସମ୍ବଲପୁର) କ୍ରି — ଥରିବା; ଦମ୍ଦମ୍ ହେବା; କମ୍ପି ଉଠିବା — To throb; palpitate
- ପ୍ରାଦେ. (ସମ୍ବଲପୁର) କ୍ରି — (ଯଥା—ମେଘ ଗରଜନ ଶୁଣି ମୋ ଛାତି ଦଲଦଲେଇ ଗଲା।)