ଦରିଆ ଘୋଡ଼ା Dariā ghoṟḍ̠ā

  • ଦେ. ବି. (ଫା. ଦର୍ଇଆ+ସଂ. ଘୋଟକ) — ସିନ୍ଧୁ— ଘୋଟକ — Hippopotamus
  • ଦେ. ବି. (ଫା. ଦର୍ଇଆ+ସଂ. ଘୋଟକ) — [ଦ୍ର—ଏହା ଗଣ୍ଡାର ଚମଡ଼ା ପରି ମୋଟ ଚର୍ମ— ବିଶିଷ୍ଟ ଓ ଗଣ୍ଡା ଆକାରର ଚତୁଷ୍ପଦ ଜଳଚର ଜୀବ । ଏମାନେ ଦଳଦଳ ହୋଇ ଆଫ୍ରିକାର ନଦୀମାନଙ୍କରେ ରହନ୍ତି। ଏମାନେ ନଦୀକୂଳର ସ୍ଥଳରେ ବିଚରଣ କରି ଘାସ ଓ ଗଛପତ୍ର ଖାଆନ୍ତି ଓ ରାତିରେ ନଦୀର ଉପକୂଳସ୍ଥ କ୍ଷେତମାନଙ୍କରେ ଚରନ୍ତି; ଟିକିଏ ମାତ୍ର ଭୟର କାରଣ ଉପସ୍ଥିତ ହେଲେ ପାଣିକୁ ପଳାନ୍ତି । ଏମାନେ ବହୁକ୍ଷଣ ପାଣିରେ ବୁଡ଼ି ରହି ପାରନ୍ତି ନାହିଁ; ନିଶ୍ୱାସ ମାରିବା ପାଇଁ ପାଣି ଉପରକୁ ମୁହଁ ଉଠାନ୍ତି । ଏମାନଙ୍କ ଚମଡ଼ାରୁ ଏକପ୍ରକାର ଚାବୁକ ତିଆରି ହୁଏ ।]