ଦମ୍ପତି Dampati
- ସଂ. ବି. (ଜାୟା+ପତି; ଦ୍ୱନ୍ଦ୍ୱ ସମାସ; ନିପାତନସିଦ୍ଧ; ଅନ୍ଯରୂପ ଜମ୍ପତି ଓ ଜାୟାପତି) — ପତି ପତ୍ନୀ; ଜାୟାପତି; ବିବାହିତ ସ୍ୱାମୀସ୍ତ୍ରୀ; ସ୍ତ୍ରୀ ଓ ପୁରୁଷ — A married couple; husband and wife
- ସଂ. ବି. (ଜାୟା+ପତି; ଦ୍ୱନ୍ଦ୍ୱ ସମାସ; ନିପାତନସିଦ୍ଧ; ଅନ୍ଯରୂପ ଜମ୍ପତି ଓ ଜାୟାପତି) — ଜୀବଙ୍କର ଏକ ଯୋଡ଼; ଅଣ୍ଡିରା ମାଈ ଦୁହେଁ — A couple of animals; one male and its companion female animal
- ଦେ. ବିଣ. — ସ୍ୱାମୀସ୍ତ୍ରୀ ଭାବରେ ମିଳିତ — Associated as husband and wife
- ଦେ. ବିଣ. — ଦିଅନ୍ତି ପତି ସ୍ୱର୍ଗ ସମ୍ପତ୍ତି ହୋଇ ଦମ୍ପତ୍ତି ମୋରେ। ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି।
- ଦେ. ବିଣ. — [ଦ୍ର—ସଂସ୍କୃତରେ ଏ ଶବ୍ଦର ଦ୍ୱିବଚନାନ୍ତରୂପ ଦମ୍ପତୀ ବ୍ଯବହୃତ।]