ଦତ୍ତାକ୍ଷର Dattākshara

  • ସଂ. ବି — ଶବ୍ଦାଳଙ୍କାରବିଶେଷ — A kind of metrical composition in which if a letter be added to a word, a different meaning is made out
  • ସଂ. ବି — [ଦ୍ର—ଏଥିରେ ଦିଆ ଯାଇଥିବା ଶବ୍ଦମାନଙ୍କରେ ଆଉ ଗୋଟିଏ ଲେଖାଏଁ ଅକ୍ଷର ଯୋଡ଼ିଲେ ଅନ୍ଯ ଗୋଟିଏ ଅର୍ଥ ବୁଝାଏ। ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧି 16।4 ରେ ଥିବା ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା: — [ଦ୍ର—ଏଥିରେ ଦିଆ ଯାଇଥିବା ଶବ୍ଦମାନଙ୍କରେ ଆଉ ଗୋଟିଏ ଲେଖାଏଁ ଅକ୍ଷର ଯୋଡ଼ିଲେ ଅନ୍ଯ ଗୋଟିଏ ଅର୍ଥ ବୁଝାଏ ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧି164ରେ ଥିବା ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା:
  • ସଂ. ବି — ଜଗମୋହୀ (=ଜଗମୋହିନୀ) ଚୂଡ଼ା ସୁମେ (=କୁସୁମେ) କେବେ ନ କରଇ, ବନପ୍ରିୟ ଶାଳେ (=ରସାଳେ) ଡାକୁ କର୍ଣ୍ଣ ବୁଜୁଥାଇ, ନ ଅନାଇ ଚନ୍ଦ୍ରମାକୁ କାଶେ (=ଆକାଶେ) ଯେଣୁ ତ୍ରାସେ ଏହିପରି କହୁଥାଇ ସ୍ୱରଭାଙ୍ଗ ବଶେ।]