ଦଣ୍ଡିଆ Daṇḍiā
- ଦେ. ବି. (ସଂ. ଦାଣ୍ଡିକ) — ଯେଉଁ କର୍ମଚାରୀ ହାଟରେ ପଣ୍ୟବିକ୍ରେତାମାନଙ୍କଠାରୁ ଶୁଳ୍କ ବା ତୋଳା ଆଦାୟ କରେ — The official who realises rates or tax from stall-keepers or venders in a market
- ଦେ. ବି. (ସଂ. ଦାଣ୍ଡିକ) — ପଣ୍ୟ ଦ୍ରବ୍ୟାଦି ତଉଳିବା ବ୍ଯକ୍ତି — Weighman
- ଦେ. ବି. (ସଂ. ଦାଣ୍ଡିକ) — ଦଣ୍ଡିଦାର; ଯେ ପଣ୍ୟ ବିକ୍ରେତାଙ୍କଠାରୁ ପଣ୍ୟଦ୍ରବ୍ୟ ମାନ ଓଜନ କରି କିଣି ନେଇ ମହାଜନମାନଙ୍କୁ ବିକି ଦିଏ ଓ ଏଥିପାଇଁ ପାଉସେରୀ ପାଏ; ଦଲାଲ — A broker or middleman who purchases merchandise or grains from vendors and sell them to wholesale merchants on getting a commissions
- ଦେ. ବିଣ. ପୁଂ (ଗାଳି) — କଳିହୁଡ଼ା (ପୁରୁଷ) — Quarrelsome (man)