ଦଣ୍ଡାପୂପ ନ୍ୟାୟ Daṇḍāpūpa nyāya
- ସଂ. ବି. (ଦଣ୍ଡ+ଅପୂପ=ପିଠା+ନ୍ଯାୟ) — ଗୋଟିଏ ପିଠାକୁ ଖଣ୍ଡିଏ ଦଣ୍ଡ ବା ବାଡ଼ିରେ ଫୋଡ଼ି ରଖିଥିବା ଅବସ୍ଥାରେ ମୂଷା ଆସି ସେ ବାଡ଼ିର ଅଗରୁ କିୟଦଂଶ ଦନ୍ତ ଦ୍ୱାରା ଖଣ୍ଡିଆ କରିଥିବାରୁ ଗୃହସ୍ଥ ବାଡ଼ି ଅଗରେ ମୂଷାର ଦନ୍ତକ୍ଷତ ଚିହ୍ନ ଦେଖି ସ୍ଥିର କରେ ଯେ ମୂଷା ଯେତେବେଳେ ବାଡ଼ି ପରି ଟାଣୁଆ ପଦାର୍ଥର କିୟଦଂଶ ଖାଇଛି ସେତେବେଳେ ସେ ନିଶ୍ଚୟ କୋମଳ ପିଠାକୁ ଖାଇଥିବ ଏଥିରେ ସନ୍ଦେହ ନାହିଁ। ଏହିପରି କୌଁସି ଦୁଷ୍କର କାର୍ଯ୍ୟର ସିଦ୍ଧିରୁ କୌଣସି ସୁକର କାର୍ଯ୍ୟର ସିଦ୍ଧି ବିଷୟ ଅନୁମାନ କରିବା ସ୍ଥଳରେ ଏହି ନ୍ଯାୟ ପ୍ରଯୁକ୍ତ ହୁଏ — An argument based on the deduction of the greater possibility of a thing having occured, when a thing of lesser magnitude is found to have happened owing to the same cause