ଦଣ୍ଡ ନାଟ Daṇḍa nāṭa

  • ପ୍ରାଦେ. (ଗଞ୍ଜାମ) ବି. — ପଣାସଂକ୍ରାନ୍ତି ପରେ ବାଉରି, ପାଣ, କଣ୍ଡରା ଆଦି ନିମ୍ନଶ୍ରେଣୀର ଭକ୍ତମାନେ ପୂର୍ବରୁ ମନାସିଥିବା ଅନୁସାରେ ପାଟୁଆ, ଶବର ଶବରୁଣୀ, ଚଢ଼େୟା ଚଢ଼େୟାଣୀ ଆଦି ବେଶରେ ଗ୍ରାମେ ଗ୍ରାମେ ବୁଲି ବାଦ୍ୟସହ ନାଚିବା ଓ ଗୀତ ଗାଇବା ଯାତ୍ରା — Dancing performed by the low class people in Ganjam during Ba̲i̱ṡākha Saṁkrānti
  • ପ୍ରାଦେ. (ଗଞ୍ଜାମ) ବି. — [ଦ୍ର—ଓଡ଼ିଶାରେ ଏହାକୁ ପାଟୁଆ ଓ ଗଡ଼ଜାତରେ ଝାମୁନାଟ କହନ୍ତି।]
  • ପ୍ରାଦେ. (ଗଞ୍ଜାମ) ବି. — ପଣା ସଂକ୍ରାନ୍ତି ଠାରୁ ଆରମ୍ଭ କରି ଚୈତ୍ରମାସରେ ନିମ୍ନ— ଶ୍ରେଣୀର ଲୋକମାନଙ୍କର ପାଳିବା ବ୍ରତବିଶେଷ — A kind of religious vow observed by low class people from Paṇā Saṁkrānti day
  • ପ୍ରାଦେ. (ଗଞ୍ଜାମ) ବି. — [ଦ୍ର—ଏ ବ୍ରତଧାରୀ ବ୍ଯକ୍ତି ଦିବସରେ ଏକ ବକ୍ତ ନିରାମିଷ ଭୋଜନ ନିଜେ ରାନ୍ଧିକରି ଖାଆନ୍ତି। ରାତି ହେଲାରୁ ଦେହରେ କଳା ଗେରୁ ଆଦି ରଙ୍ଗ ମଡ଼ାଇ, ମାଳି, ଟୋପି, ମୁକୁଟ, ଅଙ୍ଗା, ଶାଢ଼ୀ, କାଞ୍ଚଲା ଆଦି ପିନ୍ଧି ସ୍ତ୍ରୀ ଓ ପୁରୁଷ, ଶବର ଶବରୁଣୀ, ଚଢ଼େୟା ଚଢ଼େୟାଣୀ ଆଦି ବେଶ ହୋଇ ସଙ୍ଗରେ ବାଜାବାଲାଙ୍କୁ ନେଇ ଗ୍ରାମେ ଗ୍ରାମେ ବୁଲି ଗୀତ ଗାଇ ନାଚନ୍ତି। ଏମାନେ ସେ ସମୟରେ ଅନେକ ଭଣ୍ଡ ଗୀତ ମଧ୍ୟ ବୋଲନ୍ତି। ଆପଣାର କାମନା ପୂରଣ ହେବା ସକାଶେ ମାନସିକ କରି କାମନା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବା ପରେ ଲୋକେ ଏହି ଦଣ୍ଡବ୍ରତ କରନ୍ତି। 12 ଦିନ ନାଟ କରି ଶେଷ ଦିନ ବାଳିକା ବା ସ୍ତ୍ରୀ ବେଳ ସାଜି ଗୋଟିଏ ମେଣ୍ଢା ବା ଛେଳିକୁ ବଳି ଦେଇ ତାହାର ମାଂସ ଖାଇ ଏ ବ୍ରତକୁ ଉଦ୍ଯାପନ କରନ୍ତି।] — [ଦ୍ର—ଏ ବ୍ରତଧାରୀ ବ୍ଯକ୍ତି ଦିବସରେ ଏକ ବକ୍ତ ନିରାମିଷ ଭୋଜନ ନିଜେ ରାନ୍ଧିକରି ଖାଆନ୍ତି ରାତି ହେଲାରୁ ଦେହରେ କଳା ଗେରୁ ଆଦି ରଙ୍ଗ ମଡ଼ାଇ, ମାଳି, ଟୋପି, ମୁକୁଟ, ଅଙ୍ଗା, ଶାଢ଼ୀ, କାଞ୍ଚଲା ଆଦି ପିନ୍ଧି ସ୍ତ୍ରୀ ଓ ପୁରୁଷ, ଶବର ଶବରୁଣୀ, ଚଢ଼େୟା ଚଢ଼େୟାଣୀ ଆଦି ବେଶ ହୋଇ ସଙ୍ଗରେ ବାଜାବାଲାଙ୍କୁ ନେଇ ଗ୍ରାମେ ଗ୍ରାମେ ବୁଲି ଗୀତ ଗାଇ ନାଚନ୍ତି ଏମାନେ ସେ ସମୟରେ ଅନେକ ଭଣ୍ଡ ଗୀତ ମଧ୍ୟ ବୋଲନ୍ତି ଆପଣାର କାମନା ପୂରଣ ହେବା ସକାଶେ ମାନସିକ କରି କାମନା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବା ପରେ ଲୋକେ ଏହି ଦଣ୍ଡବ୍ରତ କରନ୍ତି12ଦିନ ନାଟ କରି ଶେଷ ଦିନ ବାଳିକା ବା ସ୍ତ୍ରୀ ବେଳ ସାଜି ଗୋଟିଏ ମେଣ୍ଢା ବା ଛେଳିକୁ ବଳି ଦେଇ ତାହାର ମାଂସ ଖାଇ ଏ ବ୍ରତକୁ ଉଦ୍ଯାପନ କରନ୍ତି]