ଦକ୍ଷିଣା Dakshiṇā
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ପୂଜକ, ଆଚାର୍ଯ୍ଯ ପୁରୋହିତ ଓ ମନ୍ତ୍ରଗୁରୁ ଆଦିଙ୍କୁ ଦେୟ ଅର୍ଥ ବା ବିଦାକି — Present or fee given to a priest or preceptor etc; sacrificial fee
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଏ ସମୟେ ଋତ୍ୱିକ ଦକ୍ଷଣାକୁ ପାଇ, ଯାଗର ସମାପତି ଦିଅନ୍ତି କରାଇ । କୃଷ୍ଣସିଂହ. ମହାଭାରତ ଶାନ୍ତ ।
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ପୁରସ୍କାର — Reward
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଦକ୍ଷିଣ ଦିଗ — The south point of the compass
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଦକ୍ଷିଣ ଦିଗ — The southern country
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଯଜ୍ଞ ପତ୍ନୀ — The wife of sacrifice personified
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — [ଦ୍ର— ପୁରାଣରେ ଦକ୍ଷିଣା ଯଜ୍ଞର ପତ୍ନୀରୂପେ କଳ୍ପିତା; ବ୍ରହ୍ମ— ବୈବର୍ତ୍ତ ପୁରାଣରେ ଲେଖା ଅଛି ଯେ କାର୍ତ୍ତିକ ପୂର୍ଣ୍ଣିମା ରାତ୍ରିରେ ରାସୋତ୍ସବ ହେଉଥିବା କାଳରେ ଶ୍ରୀକୃଷ୍ଣଙ୍କ ଦକ୍ଷିଣାଂଶରୁ ଦକ୍ଷିଣାର ଉତ୍ପତ୍ତି ହୋଇଥିଲା । ହି. ଶବ୍ଦସାଗର ।]
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ବ୍ରାହ୍ମଣଙ୍କୁ ଭୋଜନ କରାଇବା ପରେ ଦିଆଯିବା ଅର୍ଥ— ପୁରସ୍କାର — Cash present given to a Brāhmaṇa after feeding him
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଦେବୀ ବିଶେଷ — Name of a Goddess
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ଗୁରୁଙ୍କୁ ବିଦ୍ୟାର୍ଥୀର ଦେବା ପାରିଶ୍ରମିକ — Schooling fees given to the teacher
- ସଂ. ବି. ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ) — ନାୟକ ଅନ୍ଯ ନାଗରୀ ପ୍ରତି ଅନୁରକ୍ତ ଥିବାର ଜାଣି ମଧ୍ୟ ଯେଉଁ ନାୟିକା ଉକ୍ତ ନାୟକ ଉପରେ ପୂର୍ବବତ୍ ସ୍ନେହ ଓ ଅନୁରାଗ ଦେଖାଏ (ହି. ଶବ୍ଦସାଗର) — A class of heroines in fiction whose attachment to the lover remains unaltered even if he is known to be inconstant
- ସଂ. ଅ — ଦକ୍ଷିଣ ଦିଗରୁ — From the south