ଦକ୍ଷିଣାଚଳ Dakshiṇāchaḻa
- ସଂ. ବି ( 6 ଷ୍ଠୀ ତତ୍; ଦକ୍ଷିଣ+ଅଚଳ) — ମଳୟଗିରି; ନୀଳଗିରିପର୍ବତ — The Maḻaya hills of Southern India
- ସଂ. ବି ( 6 ଷ୍ଠୀ ତତ୍; ଦକ୍ଷିଣ+ଅଚଳ) — [ଦ୍ର—ଏହା ଦାକ୍ଷିଣାତ୍ୟର ପର୍ବତବିଶେଷ । ଏଥିରେ ଅନେକ ଚନ୍ଦନବୃକ୍ଷ ଅଛି । ଆମଦେଶରେ ବସନ୍ତକାଳରେ ଯେଉଁ ଦକ୍ଷିଣା ପବନ ବହେ ତାହା ଏହି ପର୍ବତରେ ଲାଗି ଆସିବାରୁ ଏହା ସୁବାସଯୁକ୍ତ ହୁଏ ବୋଲି ପ୍ରବାଦ ଅଛି ।]