ଦଅଣା ଚୋରି Da-aṇā chori
- ଦେ. ବି — ଚୈତ୍ର ଶୁକ୍ଳ ପକ୍ଷରେ ଅନୁଷ୍ଠିତ ବିଷ୍ଣଙ୍କର 'ଦମନକ ଚତୁର୍ଦ୍ଦଶୀ' ଯାତ୍ରା — Name of a festival observed in the temples of Bishṇu on the 14th day of the lunar month of Cha̲i̱tra
- ଦେ. ବି — [ଦ୍ର—ଶ୍ରୀକୃଷ୍ଣ ବଳରାମଙ୍କ ସହିତ ମଥୁରା ବିଜୟ କରିଥିବା ସମୟରେ କଂସର ଉଦ୍ୟାନରେ ପଶି ଦମନକ ବା ଦଅଣା ଗଛ ଚୋରି କରିଥିବା ଉପାଖ୍ୟାନର ସ୍ମାରକ ସ୍ୱରୂପ ଏହି ଯାତ୍ରା କରାଯାଏ ଓ ସେଥିପାଇଁ ନାଗଦଅଣାକୁ ଚୋରି ଦଅଣା ବୋଲାଯାଏ। ପୁରୀ ଜିଲ୍ଲା ଭିଙ୍ଗାରପୁର ଓ ଘୋରଡ଼ିଆ ଗ୍ରାମରେ ଏଦିନ ଖୁବ୍ ଆଡ଼ମ୍ବର ସହିତ ଏହି ଯାତ୍ରା ହୁଏ।
- ଦେ. ବି — ପୁରାକାଳରେ ଦମନକ ନାମକ ଜଣେ ଦୈତ୍ୟ ସମୁଦ୍ର ମଧ୍ୟରେ ବିଚରଣ କରି ଲୋକମାଙ୍କୁ ବଡ଼ କଷ୍ଟ ଦେଉଥିଲା। ଶ୍ରୀଭଗବାନ୍ ମତ୍ସ୍ୟରୂପ ଧରି ଦୈତ୍ୟକୁ କୂଳକୁ ଟାଣି ଆଣି ସଂହାର କରିଥିଲେ। ସେଠାରେ ସୁଗନ୍ଧିତୃଣ ଜାତ ହେଲା। ତହୁଁ ଭଗବାନ୍ ଏ ତୃଣକୁ ବନମାଳା ସହିତ ଧାରଣ କଲେ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଉକ୍ତ ଦୈତ୍ୟ ନିହତ ହୋଇଥିବାରୁ ଉକ୍ତ ଚତୁର୍ଦ୍ଦଶୀ ଦମନକ ଚତୁର୍ଦ୍ଦଶୀ ବୋଲି ଖ୍ୟାତ। ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଭକ୍ତମାନେ ଉକ୍ତ ତୃଣ ଆହରଣ କରି ଶ୍ରୀଭଗବାନଙ୍କ ମସ୍ତକରେ ଅର୍ପଣ କରନ୍ତି। ଏହା ଦଅଣାଚୋରି ଯାତ୍ରା ମଦନ ମୋହନ—ତୀର୍ଥଦର୍ଶନ।