ତ୍ରୈଗୁଣ୍ୟ Tra̲i̱guṇya
- ସଂ. ବି (ତ୍ରିଗୁଣ+ସ୍ୱାର୍ଥ.ଯ) — ସତ୍ତ୍ୱ, ରଜଃ, ତମଃ ଏହି ତିନି ଗୁଣର ସମଷ୍ଟି — The aggregate of the three primordial attributes of nature
- ସଂ. ବି (ତ୍ରିଗୁଣ+ସ୍ୱାର୍ଥ.ଯ) — ଦଉଡ଼ି ତିନି ସରି ଭଙ୍ଗା ହେବା ଅବସ୍ଥା — The state of having been tweested or wrought with three strings
- ସଂ. ବି (ତ୍ରିଗୁଣ+ସ୍ୱାର୍ଥ.ଯ) — ତିନିଗୁଣର ଭାବ — The state of containing the three attributes
- ବିଣ — ତ୍ରିଗୁଣସମ୍ବନ୍ଧୀୟ — Relating to three fundamental attributes of nature
- ବିଣ — [ଦ୍ର—ତ୍ରି ସଂଯୁକ୍ତ ଶବ୍ଦମାନଙ୍କରେ, ସ୍ୱାର୍ଥରେ, ବ୍ୟାପ୍ତ୍ୟର୍ଥେ, ସମ୍ବନ୍ଧାର୍ଥେ, ଦାତାର୍ଥେ, ଅ, ଯ ଆଦି ପ୍ରତ୍ୟୟ ହୋଇ 'ତ୍ରୈ' ଆଦ୍ୟାତ୍ମକ ଶବ୍ଦ ନିଷ୍ପନ୍ନ ହୁଏ, ଯଥା—ତ୍ରୈଧାତୁକ—ତିନିଧାତୁ ମିଶ୍ରିତ। ତ୍ରୈପୁର—ତ୍ରିପୁର ସମ୍ବନ୍ଧୀୟ । ତ୍ରୈପୁରୁଷ—ତ୍ରିପୁରୁଷ ସମ୍ବନ୍ଧୀୟ। ତ୍ରୈବର୍ଗ୍ୟ ଓ ତ୍ରୈବଗିକ ଓ ତ୍ରୈବର୍ଗିକ—ତ୍ରିବର୍ଗ ସମ୍ବନ୍ଧୀୟ। ତ୍ରୈବର୍ଣ୍ଣିକ—ତ୍ରି ବର୍ଣ୍ଣ ସମ୍ବନ୍ଧୀୟ। ତ୍ରୈବାର୍ଷିକ—ତ୍ରିବର୍ଷ ସମ୍ବନ୍ଧୀୟ। ତ୍ରୈମାସିକ—ତ୍ରି ମାସ ସମ୍ବନ୍ଧୀୟ। ତ୍ରୈବିକ୍ରମ—ତ୍ରିବିକ୍ରମ ସମ୍ବନ୍ଧୀୟ। ତ୍ରୈବିଧ୍ୟ—ତ୍ରିବିଧ ଭାବ। ତ୍ରୈଶଙ୍କବ—ତ୍ରିଶଙ୍କୁ ସମ୍ବନ୍ଧୀୟ. ଇତ୍ୟାଦି।]