ତ୍ରିୟ ତତ୍ତ୍ୱ Triya tattwa
- ଦେ. ବି. (ସଂ. ତ୍ରିତତ୍ତ୍ୱ) — (ଓଡ଼ିଶାର ତାନ୍ତ୍ରିକ ବା ଶରୀରଭେଦ ସାଧକମାନଙ୍କ ସାଧନାର ଅଙ୍ଗ ବିଶେଷ)—ଶ୍ଳୀଂ, ହ୍ଳୀଂ. କ୍ଳୀଂ — The three mystic particles uttered by the mystics of Orissa during their esoteric exercises
- ଦେ. ବି. (ସଂ. ତ୍ରିତତ୍ତ୍ୱ) — [ଦ୍ର—ଏମାନ ଯଥାକ୍ରମେ ରମା ବା ଲକ୍ଷ୍ମୀବୀଜ, ପରା ବା ଦୁର୍ଗା (ମତାନ୍ତରରେ ବିଷ୍ଣୁ) ବୀଜ ଓ କାମବୀଜ ଅଟେ।]
- ଦେ. ବି. (ସଂ. ତ୍ରିତତ୍ତ୍ୱ) — (ତାନ୍ତ୍ରିକ ସାଧନ) ବ୍ରହ୍ମା, ବିଷ୍ଣୁ ଓ ଶିବ — (Tantric) The mystic reference for the Hindu Trinity
- ଦେ. ବି. (ସଂ. ତ୍ରିତତ୍ତ୍ୱ) — ତ୍ରିୟ ତତ୍ତ୍ୱରେ ମନ ଦେଲେ ତୀର୍ଥର ଫଳ ଲଭେ ହେଲେ। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।