ତ୍ରିବେଣୀ Tribeṇī

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ବେଣୀ=ପ୍ରବାହ ଯାହାର) — ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳ; ପ୍ରୟାଗ — Allahabad, the junction of the three streams, the Ganges, the J̄amunā and the Saraswatī
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ବେଣୀ=ପ୍ରବାହ ଯାହାର) — [ଦ୍ର—ଏହି ତିନି ନଦୀ ପ୍ରଥମେ ପ୍ରୟାଗରେ (ଏଲାହାବାଦରେ) ମିଳିତ ହୋଇ ଅଛନ୍ତି ବୋଲି ଉକ୍ତ ସ୍ଥାନକୁ ଯୁକ୍ତ ବେଣୀ ଓ ବଙ୍ଗ— ଦେଶ ହୁଗୁଳୀ ନିକଟରେ ମୁକ୍ତ ହୋଇ ଅଛନ୍ତି ବୋଲି ଉକ୍ତ ସ୍ଥାନକୁ ମୁକ୍ତବେଣୀ ବୋଲାଯାଏ।]
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ବେଣୀ=ପ୍ରବାହ ଯାହାର) — ମୁଣ୍ଡ ବାଳରେ କରାଯାଇଥିବା ତିନି ଗୋଟି ବେଣୀ — The hair of the head plaited into three braids
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ବେଣୀ=ପ୍ରବାହ ଯାହାର) — ହଠଯୋଗ ଅନୁସାରେ ଶରୀରାଭ୍ୟନ୍ତରରେ ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ୀ ତ୍ରୟର ସଙ୍ଗମ ସ୍ଥାନ — The imaginary meeting place of the three principal air-channels inside the body
  • ଦେ. ବି — ପୁରୀ ଜିଲ୍ଲାରେ ପ୍ରାଚୀ ନଦୀର ଗୋଟିଏ ତୀର୍ଥସ୍ନାନ— ଘାଟ — Name of a sacred bathing place in the old Prāchī river in the district of Puri
  • ଦେ. ବି — [ଦ୍ର—ଏହା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନିକଟରେ ଅବସ୍ଥିତ। ଏଠାରେ ମାଘ ଅମାବାସ୍ୟା ଦିନ ବୁଡ଼ ପଡ଼େ ଓ 7 ଦିନ ପର୍ଯ୍ୟନ୍ତ ମେଳା ହୁଏ।] — [ଦ୍ର—ଏହା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନିକଟରେ ଅବସ୍ଥିତ ଏଠାରେ ମାଘ ଅମାବାସ୍ୟା ଦିନ ବୁଡ଼ ପଡ଼େ ଓ7ଦିନ ପର୍ଯ୍ୟନ୍ତ ମେଳା ହୁଏ]
  • ଦେ. ବି — ବଙ୍ଗଦେଶରେ ଗଙ୍ଗା ଓ ଭାଗୀରଥୀଙ୍କ ସଙ୍ଗମସ୍ଥଳ— ତ୍ରିବେଣୀଘାଟ (ଦେଖ) — Name of a place in the Hooghli district of Bengal where two other rivers meet the Ganges
  • ଦେ. ବି — [ଦ୍ର—ଏଠାରେ ମାଘ ଅମାବାସ୍ୟା ଦିନ ସ୍ନାନଯୋଗ ପଡ଼େ।]