ତ୍ରିପିଟକ Tripiṭaka
- ସଂ. ବି. (ତ୍ରି+ପିଟକ=ବୌଦ୍ଧଧର୍ମଗ୍ରନ୍ଥ) — ବୌଦ୍ଧଧର୍ମ ଗ୍ରନ୍ଥ — The Buddhist scripture
- ସଂ. ବି. (ତ୍ରି+ପିଟକ=ବୌଦ୍ଧଧର୍ମଗ୍ରନ୍ଥ) — [ଦ୍ର—ବୁଦ୍ଧଙ୍କ ଉପଦେଶମାନ ତାଙ୍କ ମୃତ୍ୟୁ ପରେ ତାଙ୍କ ଭକ୍ତମାନେ ସଂଗ୍ରହ କରି ଏ ଗ୍ରନ୍ଥ ରଚନା କରିଥିଲେ। ଏହା 3 ଭାଗ (ପିଟକ) ରେ ବିଭକ୍ତ, ଯଥା—ସୂତ୍ରପିଟକ, ବିନୟପିଟକ ଓ ଅଭିଧର୍ମପିଟକ। 1 . ସୂତ୍ରପିଟକରେ ବୁଦ୍ଧ ଭିନ୍ନ ଭିନ୍ନ ଘଟନାରେ ଦେଇଥିବା ସାନ ବଡ଼ ଉପଦେଶମାନ ଲିଖିତ ହୋଇଅଛି। 2 . ବିନୟପିଟକରେ ବୌଦ୍ଧ ଭିକ୍ଷୂ ଓ ଶ୍ରାବକମାନଙ୍କ ଆଚାର ବିଷୟକ ନିୟମମାନ ରହିଅଛି। 3 . ଅଭିଧର୍ମପିଟକରେ ଚିତ୍ତ. ଚୈତ୍ତିକ ଧର୍ମ ଓ ନିର୍ବାଣ ବର୍ଣ୍ଣିତ ହୋଇଅଛି। ଏହି ଅଭିଧର୍ମପିଟକ ବୌଦ୍ଧ ଦର୍ଶନର ମୂଳଦୁଆ। ବୌଦ୍ଧମାନେ ମହାଜାନ, ମଧ୍ୟମଜାନ ଓ ହୀନଜାନ ଏହି ପରି ତିନିଗୋଟି ସଂପ୍ରଦାୟରେ ବିଭକ୍ତ। ମହାଜାନ ତ୍ରିପିଟକ ସଂସ୍କୃତ ଭାଷାରେ ଲିଖିତ ଓ ଏହା ନେପାଳ, ତିବ୍ୱତ, ଚୀନ, ଆସାମ୍, ଭୁଟାନ, ଋଷିଆ ଓ ଜାପନରେ ଆଦୃତ। ହୀନଜାନ ତ୍ରିପିଟକ ପାଲୀ ଭାଷାରେ ଲିଖିତ ଓ ଏହା ବ୍ରହ୍ମଦେଶ, ଶ୍ୟାମ ଓ ଲଙ୍କାରେ ଦୃତ। ତ୍ରିପିଟକର ମଧ୍ୟମଜାନ ସଂସ୍କରଣ ବର୍ତ୍ତମାନ ମିଳୁ ନାହିଁ। — [ଦ୍ର—ବୁଦ୍ଧଙ୍କ ଉପଦେଶମାନ ତାଙ୍କ ମୃତ୍ୟୁ ପରେ ତାଙ୍କ ଭକ୍ତମାନେ ସଂଗ୍ରହ କରି ଏ ଗ୍ରନ୍ଥ ରଚନା କରିଥିଲେ ଏହା3ଭାଗ (ପିଟକ) ରେ ବିଭକ୍ତ, ଯଥା—ସୂତ୍ରପିଟକ, ବିନୟପିଟକ ଓ ଅଭିଧର୍ମପିଟକ1. ସୂତ୍ରପିଟକରେ ବୁଦ୍ଧ ଭିନ୍ନ ଭିନ୍ନ ଘଟନାରେ ଦେଇଥିବା ସାନ ବଡ଼ ଉପଦେଶମାନ ଲିଖିତ ହୋଇଅଛି2. ବିନୟପିଟକରେ ବୌଦ୍ଧ ଭିକ୍ଷୂ ଓ ଶ୍ରାବକମାନଙ୍କ ଆଚାର ବିଷୟକ ନିୟମମାନ ରହିଅଛି3. ଅଭିଧର୍ମପିଟକରେ ଚିତ୍ତ. ଚୈତ୍ତିକ ଧର୍ମ ଓ ନିର୍ବାଣ ବର୍ଣ୍ଣିତ ହୋଇଅଛି ଏହି ଅଭିଧର୍ମପିଟକ ବୌଦ୍ଧ ଦର୍ଶନର ମୂଳଦୁଆ ବୌଦ୍ଧମାନେ ମହାଜାନ, ମଧ୍ୟମଜାନ ଓ ହୀନଜାନ ଏହି ପରି ତିନିଗୋଟି ସଂପ୍ରଦାୟରେ ବିଭକ୍ତ ମହାଜାନ ତ୍ରିପିଟକ ସଂସ୍କୃତ ଭାଷାରେ ଲିଖିତ ଓ ଏହା ନେପାଳ, ତିବ୍ୱତ, ଚୀନ, ଆସାମ୍, ଭୁଟାନ, ଋଷିଆ ଓ ଜାପନରେ ଆଦୃତ ହୀନଜାନ ତ୍ରିପିଟକ ପାଲୀ ଭାଷାରେ ଲିଖିତ ଓ ଏହା ବ୍ରହ୍ମଦେଶ, ଶ୍ୟାମ ଓ ଲଙ୍କାରେ ଦୃତ ତ୍ରିପିଟକର ମଧ୍ୟମଜାନ ସଂସ୍କରଣ ବର୍ତ୍ତମାନ ମିଳୁ ନାହିଁ
- ସଂ. ବି. (ତ୍ରି+ପିଟକ=ବୌଦ୍ଧଧର୍ମଗ୍ରନ୍ଥ) — ବୁଦ୍ଧଙ୍କ ନିର୍ବାଣ ପରେ ତାଙ୍କ ଶିଷ୍ୟମାନେ ତ୍ରିପିଟକକୁ ସଂଗ୍ରହ କରି ରାଜଗୃହ ନିକଟସ୍ଥ ଏକ ଗିରିଗୁହାରେ ରଖିଥିଲେ। ପରେ ଅଶୋକ ଗୋଟିଏ ବୌଦ୍ଧଭିକ୍ଷୁ ସମ୍ମିଳନୀ ଆହ୍ୱାନ କରି ତହିଁରେ ଆଲୋଚନା ପରେ ତ୍ରିପିଟକର ଗୋଟିଏ ବିଶୁଦ୍ଧ ସଂସ୍କରଣ ପାଲୀ ଭାଷାରେ ସମ୍ପାଦନ କଲେ। ଏହାହିଁ ହୀନଜାନମାନଙ୍କ ଗ୍ରନ୍ଥ। ତ୍ରିପିଟକରେ ନାରାୟଣ, ଜନାର୍ଦନ, ଶିବ, ବ୍ରହ୍ମା, ବରୁଣ ଆଦି ଦେବତାମାନଙ୍କର ନାମ ଉଲ୍ଲେଖ ଅଛି—ହି. ଶବ୍ଦସାଗର।]