ତ୍ରିପତି Tripati

  • ଦେ. ବି. (ନାମ)—(ସଂ. ତ୍ରି+ପତି) — ମାନ୍ଦ୍ରାଜ ପ୍ରଦେଶର ଆରକଟ ଜିଲ୍ଲାର ଚନ୍ଦ୍ରଗିରି ତାଲୁକାର ପ୍ରଧାନ ନଗର; ତିରୁପତି — Name of a sub-division town and place of pilgrimage in Madras presidency; Tirupati
  • ଦେ. ବି. (ନାମ)—(ସଂ. ତ୍ରି+ପତି) — [ଦ୍ର—ଏହା ଭାରତର ଗୋଟିଏ ସୁପ୍ରସିଦ୍ଧ ତୀର୍ଥ। ଏସ୍ଥାନର ତିରୁ— ମଲ ପର୍ବତ ଉପରେ ଦେବମନ୍ଦିର ପ୍ରତିଷ୍ଠିତ। ଏହି ପର୍ବତ ସପ୍ତଶୃଙ୍ଗ— ବିଶିଷ୍ଟ। ଛଅଗୋଟି ଶୃଙ୍ଗ ଅତିକ୍ରମ କରି ଗଲେ ଶେଷାଚଳ ନାମକ ସପ୍ତମ ଶୃଙ୍ଗରେ ଶ୍ରୀନିବାସ ଦେବଙ୍କର ମନ୍ଦିର ଦୃଷ୍ଟିଗୋଚର ହୁଏ। ଏହାର ଅନ୍ଯ ନାମ ବେଙ୍କଟାଦ୍ରି। ଏ ଦେବବିଗ୍ରହ ଶ୍ରୀନିବାସଦେବ ବାଲାଜି ନାମରେ ବୈଷ୍ଣବମାନଙ୍କ ଦ୍ୱାରା ଅଭିହିତ ହୁଅନ୍ତି। ବାଲାଜି ଶ୍ରୀ ଓ ଭୁ ଶକ୍ତିତ୍ରୟସମନ୍ୱିତ କୃଷ୍ଣପ୍ରସ୍ତରନିର୍ମିତ ଚତୁର୍ଭୁଜ ବିଷ୍ଣୁ— ମୂର୍ତ୍ତି। ଏଠାରେ ସ୍ୱାମୀ ତୀର୍ଥ, ପାଣ୍ଡବ ତୀର୍ଥ ଓ କପିଳ ତୀର୍ଥମାନ ଅଛି। ଏଠାରେ ରାମାନୁଜ ଜନ୍ମଗ୍ରହଣ କରିଥିଲେ। (ମଦନମୋହନ ତୀର୍ଥଦର୍ଶନ)। ଏ ମନ୍ଦିରର ଖଞ୍ଜା ବୃତ୍ତିରୁ ବାର୍ଷିକ 16 ଲକ୍ଷ ଟଙ୍କା ଆଦାୟ ହୋଇ ଏହି ଦେବଙ୍କ ସେବାପୂଜାରେ ବ୍ୟୟିତ ହୁଏ।) — [ଦ୍ର—ଏହା ଭାରତର ଗୋଟିଏ ସୁପ୍ରସିଦ୍ଧ ତୀର୍ଥ ଏସ୍ଥାନର ତିରୁ— ମଲ ପର୍ବତ ଉପରେ ଦେବମନ୍ଦିର ପ୍ରତିଷ୍ଠିତ ଏହି ପର୍ବତ ସପ୍ତଶୃଙ୍ଗ— ବିଶିଷ୍ଟ ଛଅଗୋଟି ଶୃଙ୍ଗ ଅତିକ୍ରମ କରି ଗଲେ ଶେଷାଚଳ ନାମକ ସପ୍ତମ ଶୃଙ୍ଗରେ ଶ୍ରୀନିବାସ ଦେବଙ୍କର ମନ୍ଦିର ଦୃଷ୍ଟିଗୋଚର ହୁଏ ଏହାର ଅନ୍ଯ ନାମ ବେଙ୍କଟାଦ୍ରି ଏ ଦେବବିଗ୍ରହ ଶ୍ରୀନିବାସଦେବ ବାଲାଜି ନାମରେ ବୈଷ୍ଣବମାନଙ୍କ ଦ୍ୱାରା ଅଭିହିତ ହୁଅନ୍ତି ବାଲାଜି ଶ୍ରୀ ଓ ଭୁ ଶକ୍ତିତ୍ରୟସମନ୍ୱିତ କୃଷ୍ଣପ୍ରସ୍ତରନିର୍ମିତ ଚତୁର୍ଭୁଜ ବିଷ୍ଣୁ— ମୂର୍ତ୍ତି ଏଠାରେ ସ୍ୱାମୀ ତୀର୍ଥ, ପାଣ୍ଡବ ତୀର୍ଥ ଓ କପିଳ ତୀର୍ଥମାନ ଅଛି ଏଠାରେ ରାମାନୁଜ ଜନ୍ମଗ୍ରହଣ କରିଥିଲେ (ମଦନମୋହନ ତୀର୍ଥଦର୍ଶନ) ଏ ମନ୍ଦିରର ଖଞ୍ଜା ବୃତ୍ତିରୁ ବାର୍ଷିକ16ଲକ୍ଷ ଟଙ୍କା ଆଦାୟ ହୋଇ ଏହି ଦେବଙ୍କ ସେବାପୂଜାରେ ବ୍ୟୟିତ ହୁଏ)
  • ଦେ. ବି. (ନାମ)—(ସଂ. ତ୍ରି+ପତି) — ଭଗବାନ; ବିଷ୍ଣୁ — Bishnu
  • ଦେ. ବି. (ନାମ)—(ସଂ. ତ୍ରି+ପତି) — ତ୍ରିପତି ପାଦେ ମୋ ପ୍ରଣତି ଯେଣେ ହୋଇବ ମୋର ଗତି। ଜଗନ୍ନାଥ. ଭାଗବତ।