ତ୍ରିଜାତକ Trijātakka

  • ସଂ. ବି. — (ବୈଦ୍ଯକ) ସମାହର ଦ୍ୱିଗୁ; ତ୍ରି+ଜାତକ— ଡାଳଚିନି (ମତାନ୍ତରରେ ଜାୟତ୍ରୀ), ଅଳେଇଚ ଓ ତେଜ— ପତ୍ରର ସମଷ୍ଟିରେ ପ୍ରସ୍ତୁତ ସୁଗନ୍ଧ ଔଷଧବିଶେଷ — A mixture of three spices prescribed by the Ayurbeda (viz. cinnamon or mace; cardamom and cassia leaves.)
  • ସଂ. ବି. — [ଦ୍ର—ଏଥିରେ ନାଗେଶ୍ୱର ମିଶିଲେ ଚତୁର୍ଜାତକ ହୁଏ। ବୈଦ୍ୟ ଶାସ୍ତ୍ର ମତରେ ତ୍ରିଜାତକ ରେଚକ, ରୁକ୍ଷ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ମୁଖର ଦୁର୍ଗନ୍ଧନାଶକ, ପିତ୍ତବର୍ଦ୍ଧକ, ଏ ବାୟୁଦୋଷ ଓ ବିଷନାଶକ ଅଟେ।]