ତେଲୁଣୀ ପୋକ Teluṇī poka
- ଦେ. ବି. (ସଂ. ତୈଳିନୀ) — ଏକ ପ୍ରକାର ଶତପଦୀ ପୋକ — Millipede; gally worm; myrapods
- ଦେ. ବି. (ସଂ. ତୈଳିନୀ) — [ଦ୍ର—ଏମାନଙ୍କ ଦୁଇଟି ନିଶ ଥାଏ। ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ। ଏମାନେ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ବା ଡୋରିଆ ପଡ଼ିଥିବା ରଙ୍ଗ ଦେଖା ଯାଆନ୍ତି। ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ଯାଆନ୍ତି। ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି। ଏମାନେ ସାଧାରଣତଃ ଦିଆସିଲି କାଠି ପରି ମୋଟ ଓ ଚାରି ଆଙ୍ଗୁଳ ଲମ୍ବ ହୁଅନ୍ତି। କିନ୍ତୁ ପାର୍ବତ୍ୟ ଦେଶରେ ଏମାନେ ଅଧ ଇଞ୍ଚ ବ୍ୟାସବିଶିଷ୍ଟ ଓ 12 ଆଙ୍ଗୁଳ ଲମ୍ବ ପର୍ଯ୍ୟନ୍ତ ବଢ଼ନ୍ତି। ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି। ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୂରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ। ଏମାନେ ସାଧାରଣତଃ 5 ପ୍ରକାର। 1 —ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି। ବ୍ୟାସ ଅଧ ଇଞ୍ଚ, ବର୍ଣ୍ଣ କଳା ଓ ନାଲିଆ ମିଶା। 2 — ନାଲି। 3 —କଳା। 4 —କଳା ଓ ନାଲି ଡୋରିଆ । 5 — ରିବିରିବିଆ କଳା ଓ ନାଲିର ଦାଗ।] — [ଦ୍ର—ଏମାନଙ୍କ ଦୁଇଟି ନିଶ ଥାଏ ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ ଏମାନେ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ବା ଡୋରିଆ ପଡ଼ିଥିବା ରଙ୍ଗ ଦେଖା ଯାଆନ୍ତି ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ଯାଆନ୍ତି ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି ଏମାନେ ସାଧାରଣତଃ ଦିଆସିଲି କାଠି ପରି ମୋଟ ଓ ଚାରି ଆଙ୍ଗୁଳ ଲମ୍ବ ହୁଅନ୍ତି କିନ୍ତୁ ପାର୍ବତ୍ୟ ଦେଶରେ ଏମାନେ ଅଧ ଇଞ୍ଚ ବ୍ୟାସବିଶିଷ୍ଟ ଓ12ଆଙ୍ଗୁଳ ଲମ୍ବ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୂରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ ଏମାନେ ସାଧାରଣତଃ5ପ୍ରକାର1—ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି ବ୍ୟାସ ଅଧ ଇଞ୍ଚ, ବର୍ଣ୍ଣ କଳା ଓ ନାଲିଆ ମିଶା2— ନାଲି3—କଳା4—କଳା ଓ ନାଲି ଡୋରିଆ 5— ରିବିରିବିଆ କଳା ଓ ନାଲିର ଦାଗ]