ତେଲକାପଡ଼ା Telakāpaṟḍ̠ā
- ଦେ. ବି. (ସଂ. ତୈଳ ଓ କର୍ପଟ) — ରାଜା ଆଦିଙ୍କ ଶବକୁ କିଛିଦିନ ରଖିବାକୁ ହେଲେ ତାହା ସଢ଼ି ନ ଯିବା ବା ଦୁର୍ଗନ୍ଧଯୁକ୍ତ ନ ହେବା ଉଦ୍ଦେଶ୍ୟରେ ତାକୁ ତୈଳାକ୍ତ ଲୁଗାଦ୍ୱାରା ଗୁଡ଼ାଇବାର ରୀତି — The process of preserving the dead body of Rajas and big people by winding pieces of cloth steeped in oil around it
- ଦେ. ବି. (ସଂ. ତୈଳ ଓ କର୍ପଟ) — [ଦ୍ର—ରାଜ୍ୟର ଉତ୍ତରାଧିକାରୀ ରାଜ୍ୟକୁ ଆସିବାର ବିଳମ୍ବ ଥିଲେ ତାଙ୍କ ଅନୁପସ୍ଥିତିରେ ମୃତ ରାଜାମାନଙ୍କ ଶବକୁ ତେଲ କାପଡ଼ା କରି କିଛି ସମୟ ରଖାଯିବାର ବିଧି ଅଛି।]