ତେଣ୍ଡା Teṇḍā
- ଦେ. ବି (ସଂ. ତୀର୍ଯ୍ୟକ୍ ଦଣ୍ଡ; ସଂ. ଢେଙ୍କ=ବଢ଼ିଆ କାଙ୍କ — ଗଭୀର ଜଳାଶୟ ବା କୂଅରୁ ଉଚ୍ଚକୁ ପାଣି ଉଠାଇବା ନିମନ୍ତେ ବ୍ଯବହୃତ ଢିଙ୍କି ପରି ପଡ଼ିବା ଉଠିବା ଯନ୍ତ୍ରବିଶେଷ — Water lifting crane; ab appliance for raising buckets of water from deep places (on the lever principle) for irrigation purposes; (consisting of an earthen pot or bucket suspended to one end of a long bamboo pole which moves on a fulcrum)
- ଦେ. ବି (ସଂ. ତୀର୍ଯ୍ୟକ୍ ଦଣ୍ଡ; ସଂ. ଢେଙ୍କ=ବଢ଼ିଆ କାଙ୍କ — ତେଣ୍ଡା ବାହୁଁ ବାହୁଁ କେହି ଚଷା ପୁତ ଗୀତରୋଳେ କରେ ଦିଗ ମୁଖରିତ—ତାରିଣୀ ଋଷିକୁଲ୍ୟା।
- ଦେ. ବି (ସଂ. ତୀର୍ଯ୍ୟକ୍ ଦଣ୍ଡ; ସଂ. ଢେଙ୍କ=ବଢ଼ିଆ କାଙ୍କ — [ଦ୍ର—ଏଥିରେ ଦୁଇଗୋଟି ଖୁଣ୍ଟ ଉପରେ ଖଣ୍ଡିଏ ଆଡ଼ ଧାରଣା ପଡ଼ି ଏହି ଆଡ଼ ଧାରଣା ଉପରେ ଗୋଟିଏ ଲମ୍ବ ବାଉଁଶର ମଧ୍ୟ ବିନ୍ଦୁ ଏପରି ଖଞ୍ଜା ହୁଏ ଯେ ଲମ୍ବ ବାଉଁଶର ଗୋଟିଏ ମୁଣ୍ଡ ଉଠିଲେ ଆର ମୁଣ୍ଡଟି ପଡ଼ିଯାଏ। ସେହି ଲମ୍ବ ବାଉଁଶର ଗୋଟିଏ ମୁଣ୍ଡରେ ଗୁଡ଼ିଏ ମାଟି ବା ପଥର ଲଦା ହୋଇଥାଏ। ଅପର ମୁଣ୍ଡରେ ଗୋଟିଏ ଲମ୍ବ ଦଉଡ଼ା ବା ଲଗି ବନ୍ଧା ହୋଇଥାଏ। ସେହି ଲଗି ବା ଦଉଡ଼ାରେ ଗୋଟିଏ ହାଣ୍ଡି ଝୁଲୁଥାଏ। ଲଗିକୁ ଧରି ସେହି ହାଣ୍ଡିକୁ ପାଣିରେ ବୁଡ଼ାଇ ଟେକିଲେ ଲମ୍ବ ବାଉଁଶର ବିପରୀତ ଦିଗରେ ଲଦା ହୋଇଥିବା ପଥର ବା ମାଟି ଭାର ଯୋଗୁଁ ଜଳପୂର୍ଣ୍ଣ ହାଣ୍ଡିକୁ ଟେକିବା ନିମସ୍ତେ ଅଳ୍ପ ଆୟାସ ପ୍ରୟୋଜନ ହୁଏ। ସେ ଜଳପୂର୍ଣ୍ଣ ହାଣ୍ଡିକୁ ଟେକି ତହିଁର ଜଳକୁ ଗୋଟିଏ ନଡ଼ିଆ ବା ତାଳ ଗଛର ଫାଳ (ଲୋଦା) ରେ ଢାଳି ଦେଲେ ସେହି ଲୋଦାବାଟେ ପାଣି କ୍ଷେତକୁ ବୋହିଯାଏ।
- ଦେ. ବି (ସଂ. ତୀର୍ଯ୍ୟକ୍ ଦଣ୍ଡ; ସଂ. ଢେଙ୍କ=ବଢ଼ିଆ କାଙ୍କ — ତେଣ୍ଡାର ବିଭନ୍ନ ଅଂଶମାନଙ୍କର ନାମ, ଯଥା—ତେଣ୍ଡାଖୁଣ୍ଟ ବାହାଲଖୁଣ୍ଟ, ମାକଡ଼ୀ, ଆଡ଼ ଧାରଣା ବା ମାଡ଼ି, ବାହାଲ ବାଉଁଶ, ହାତ ବାଉଁଶ ବା ଲଗି, ଲୋଦା ବା ନୋଦା, ହାଣ୍ଡି, ଭାଡ଼ି ବା ମଞ୍ଚା।]